ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପ୍ରତି ୧୦ ମିନିଟରେ ଚାଲିବ ଟ୍ରେନ୍

0

୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱରରେ ଗଡିବ ମେଟ୍ରୋ ଟ୍ରେନ୍। ଏଥିପାଇଁ ଜୋରସୋରରେ ଚାଲିଛି କାମ। ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ। ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା ବେଳେ ଏହାପରେ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥପନା ହେବ ବୋଲି ସେ କହିଛନ୍ତି।

ଏଥିସହିତ ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ନେଇ ସୂଚନା ଦେଇ ସେ ଆହୁରି କହିଛନ୍ତି, ଭୂମି ଠାରୁ ୧୩ ମିଟର ଉଚ୍ଚରେ ମେଟ୍ରୋ ଟ୍ରେନ୍‌ ଯିବ। ରାଜମହଲ, ଜୟଦେବବିହାର ଓ ବାରଙ୍ଗରେ ଉଚ୍ଚତା ଅଧିକ ରହିବ ବୋଲି ସେ କହିଛନ୍ତି । ଏଥିସହିତ ପ୍ରତି ୧୦ ମିନିଟ ବ୍ୟବଧାନରେ ମେଟ୍ରୋ ଟ୍ରେନ୍‌ ଚାଲିବ। ପ୍ରାଥମିକ ସ୍ତରରେ ୩ କୋଚ୍‌ ବିଶିଷ୍ଟ ୧୩ ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା କରାଯାଇଛି।

ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି। ୫୦/୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍‌ରେ ପରୀକ୍ଷା ହେଉଥିବା ବେଳେ ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ। ଏଥିସହିତ ଏବେ ଏୟାରପୋର୍ଟ ମାର୍ଗ ଠାରୁ ପଟିଆ ଦେଇ ବିଭିନ୍ନ ସ୍ଥାନରେ ମାଟି ଖୋଲାଯାଇ ମାର୍କିଂ ହୋଇଥିବା ବେଳେ ମାଟି ପରୀକ୍ଷା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.