ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ପ୍ରତି ୧୦ ମିନିଟରେ ଚାଲିବ ଟ୍ରେନ୍

0

୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱରରେ ଗଡିବ ମେଟ୍ରୋ ଟ୍ରେନ୍। ଏଥିପାଇଁ ଜୋରସୋରରେ ଚାଲିଛି କାମ। ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ। ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା ବେଳେ ଏହାପରେ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥପନା ହେବ ବୋଲି ସେ କହିଛନ୍ତି।

ଏଥିସହିତ ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ନେଇ ସୂଚନା ଦେଇ ସେ ଆହୁରି କହିଛନ୍ତି, ଭୂମି ଠାରୁ ୧୩ ମିଟର ଉଚ୍ଚରେ ମେଟ୍ରୋ ଟ୍ରେନ୍‌ ଯିବ। ରାଜମହଲ, ଜୟଦେବବିହାର ଓ ବାରଙ୍ଗରେ ଉଚ୍ଚତା ଅଧିକ ରହିବ ବୋଲି ସେ କହିଛନ୍ତି । ଏଥିସହିତ ପ୍ରତି ୧୦ ମିନିଟ ବ୍ୟବଧାନରେ ମେଟ୍ରୋ ଟ୍ରେନ୍‌ ଚାଲିବ। ପ୍ରାଥମିକ ସ୍ତରରେ ୩ କୋଚ୍‌ ବିଶିଷ୍ଟ ୧୩ ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା କରାଯାଇଛି।

ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି। ୫୦/୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍‌ରେ ପରୀକ୍ଷା ହେଉଥିବା ବେଳେ ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ। ଏଥିସହିତ ଏବେ ଏୟାରପୋର୍ଟ ମାର୍ଗ ଠାରୁ ପଟିଆ ଦେଇ ବିଭିନ୍ନ ସ୍ଥାନରେ ମାଟି ଖୋଲାଯାଇ ମାର୍କିଂ ହୋଇଥିବା ବେଳେ ମାଟି ପରୀକ୍ଷା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.