ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ନୂଆବର୍ଷରୁ ମିଳିବ ଗହମ ସହ ଚାଉଳ

0

ଭୁବନେଶ୍ବର; ନୂଆବର୍ଷରୁ ହିତାଧିକାରୀଙ୍କୁ ମିଳିବ ଗହମ ସହ ଚାଉଳ। ରାଜ୍ୟରେ ପିଡିଏସ୍‌ ହିତାଧିକାରୀଙ୍କୁ ଗହମ ମିଳିବା ବନ୍ଦ ରହିଥିଲା। ହେଲେ ଆସନ୍ତା ବର୍ଷରୁ ସେମାନଙ୍କୁ ଚାଉଳ ସହ ଗହମ ମିଳିବ। ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଗୁରୁବାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ସରକାର ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ସାଧାରଣବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ କରି ଦେଇଥିଲେ। ରାଜ୍ୟର ହିତାଧିକାରୀଙ୍କୁ କେବଳ ଚାଉଳ ଦେବା ପାଇଁ ସେତେବଳେ ନିଷ୍ପତ୍ତି ନେଇଥିଲେ।

ମନ୍ତ୍ରୀ କହିଛନ୍ତି, କିଛି ହିତାଧିକାରୀ ଗହମ ଚାହୁଁଥିବା ବେଳେ କିଛି ଚାହୁଁନାହାନ୍ତି। ଏବେ ଗହମ ଆସିଛି, ସରକାରୀସ୍ତରରେ କାମ ବାକି ଥିବାରୁ ୨ ମାସ ବିଳମ୍ବ ହେବ। କେଉଁ ଜିଲାକୁ କେତେ ଗହମ ଆବଶ୍ୟକ ତାହାର ତଥ୍ୟ ସମ୍ପୃକ୍ତ ଜିଲାର ଜିଲାପାଳ ଦେବେ। ଅନ୍ୟପକ୍ଷରେ ୮୫% ରାସନକାର୍ଡରେ ଇ-କେୱାଇସି ଶେଷ ହୋଇଛି। ପୂରା ଶେଷ ହେବାକୁ ଆଉ ୧୫ ଦିନ ଲାଗିବ। ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.