ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ

0

ସମୁଦ୍ରରେ ବୁଡି ୩ ମୃତ

ପୁରୀ: ପୁରୀ ଜିଲା କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ରବିବାର ଏକ ଅଘଟଣ ଘଟିଛି। ବଣଭୋଜି କରି ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଉଚ୍ଚ ଜୁଆର ଯୋଗୁଁ ସମୁଦ୍ରରେ ବୁଡ଼ି ତିନିଜଣଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ୨ଜଣ ଯୁବକ ଭୁବନେଶ୍ବରର ହୋଇଥିବା ବେଳେ ଅନ୍ୟ ଜଣେ କଟକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ବଣଭୋଜି କରି ସମୁଦ୍ରରେ ଗାଧୋଉଥିବା ବେଳେ ଚନ୍ଦ୍ରଭାଗା ଇକୋରିଟ୍ରିଟ ନିକଟରେ ବୁଡ଼ିଯାଇ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଦୂରରେ ବୁଡ଼ି ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଉଚ୍ଚ ଜୁଆର ଯୋଗୁଁ ସମୁଦ୍ରରେ ବୁଡ଼ି ତିନିଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। କୋଣାର୍କ ମେଡିକାଲ ପରେ ଗୋପ କରାଯାଇଥିଲା ସ୍ଥାନାନ୍ତର। ଗୋପ ମେଡିକାଲ ଡାକ୍ତର ଦୁଇଜଣକୁ ମୃତ୍ୟୁ ଗୋଷଣା କଲେ ଡାକ୍ତର। ଅନ୍ୟଜଣଙ୍କର ପୁରୀ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଥିଲା। ୩ ମୃତକ ଭୂବନେଶ୍ୱରର ସୂଚନା। ଜଣଙ୍କ ନାମ ନାମ ପିଣ୍ଟୁ ପଟ୍ଟନାୟକ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳି ନାହିଁ। ସାଙ୍ଗ ମାନଙ୍କ ସହିତ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ମେରାଇନ ଥାନା ପାଖରେ ବଣଭୋଜି କରୁଥିବା ବେଳେ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ।

Leave A Reply

Your email address will not be published.