ଭୁବନେଶ୍ଵର: ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା UI ନୋଟ୍ରେ ତୁରନ୍ତ ଉତ୍ତର ସହ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ କୁହାଯାଇଛି।
ଅନ୍ୟପକ୍ଷେ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଜିଲାସ୍ତରୀୟ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲାଗିବ ବୋଲି ବୈଠକରେ ସ୍ଥିର ହୋଇଥିବା ଜଣାପଡିଛି। ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ୍ ଆସିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି। ସୁଧାର ଆଣିବାକୁ ସୁଯୋଗ ଦିଆଯିବ, ସୁଧାର ନଆସିଲେ ଆଗୁଆ ଅବସରରେ ଗୁରୁତ୍ୱ ଦିଆଯିବ। ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ।
ଏପରି କି ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ। ଅକ୍ଟୋବର ମାସରୁ ସିଏମ ଡାସ ବୋର୍ଡ ଆରମ୍ଭ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି। କେନ୍ଦ୍ରୀୟ ସ୍କିମର ପ୍ରତିମାସ ୭ ତାରିଖରେ ଜିଲାପାଳ ସମୀକ୍ଷା କରିବେ ବୋଲି ବୈଠକରେ କୁହାଯାଇଛି।
ପ୍ରମୁଖ ଖବର
ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା