ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

କୋରାପୁଟ: ରାଜ୍ୟର ନିରନ୍ତନ ବିକାଶ ଧାରାରେ ଆଜି କୋରାପୁଟ ଜିଲା ମଧ୍ୟ ସାମିଲ ହୋଇଛି ବୋଲି ରବିବାର କୋରାପୁଟଠାର ଆୟୋଜିତ ଏକ ସାଧାରଣ ସଭାରେ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ବିଲ୍ଡିଂ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଏହି ବିଲ୍ଡିଂକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଖାଲି ପଡ଼ିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୂରଣ ହେବ। ଚିକିତ୍ସା ପାଇଁ ଆଉ କୋରାପୁଟବାସୀଙ୍କୁ ଦୂର ଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ। ରାଜ୍ୟର ନିରନ୍ତର ବିକାଶ ଧାରାରେ ଯୋଡ଼ି ହେବ କୋରାପୁଟ ଜିଲା। ଏହା ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଏକ ବଡ଼ ପଦକ୍ଷେପ।

ଏହି ନୂଆ ବ୍ଲକ କୋରାପୁଟ ଜିଲ୍ଲା ସହ ପାଖାପାଖି ଜିଲ୍ଲା ଓ ଛତିଶଗଡ଼ର ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବାରେ ବଡ଼ ସହାୟକ ହେବ। ବର୍ତ୍ତମାନ ହସ୍ପିଟାଲରେ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି। କିନ୍ତୁ ବେଡ୍ ଅଭାବ ହେତୁ ଅନେକ ରୋଗୀ ବ୍ରହ୍ମପୁର, ଭୁବନେଶ୍ୱର, କଟକ କିମ୍ବା ବିଶାଖାପାଟଣା ଯାଉଛନ୍ତି। ନୂଆ କୋଠା ଯୋଗୁଁ ସ୍ଥାନୀୟ ସ୍ତରରେ ଉନ୍ନତ ଚିକିତ୍ସା ମିଳିପାରିବ। ସ୍ଥାନୀୟ ଲୋକେ ଆଶା କରୁଛନ୍ତି, ଏହା ସହ ଅଧିକ ଡାକ୍ତର ନିଯୁକ୍ତି ହେବ। ଦୀର୍ଘ ଦିନରୁ ଖାଲି ଥିବା ପଦବୀ ପୂରଣ ହେବ ଓ ସେବାରେ ଉନ୍ନତି ହେବ। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ମାଝୀ କୋରାପୁଟ ସରକାରୀ କଲେଜ ମୈଦାନରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ ଓଡ଼ିଶା ସରକାରଙ୍କର ଦୁର୍ଗମ ଓ ଅବହେଳିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ମଜବୁତ କରିବା ପାଇଁ ପ୍ରତିବଦ୍ଧତା ବିଷୟରେ କହିଛନ୍ତି।

Leave A Reply

Your email address will not be published.