ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଜାନୁଆରୀରେ ମିଳିବ ନୂଆ ରାସନ କାର୍ଡ

0

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରୀ ଲୋକମାନଙ୍କୁ ମିଳିବ ନୂଆ ରାସନ କାର୍ଡ। ବୁଧବାର ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି,ଗତ ଜୁଲାଇରେ ଆରମ୍ଭ ହୋଇଥିବା ଇ-କେୱାଇସି ଚଳିତ ମାସ ଶେଷ ହେବ ବୋଲି ଆଶା କରାଯାଉଛି। ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀରେ ନୂଆ ରାସନ କାର୍ଡ ପ୍ରଦାନ କରାଯିବ ।

ତଥ୍ୟ ଅନୁଯାୟୀ ଇ-କେୱାଇସି ଯାଞ୍ଚ ସମୟରେ ୧୬ ଲକ୍ଷ ଜାଲ୍ ଉପଭୋକ୍ତା ବାଦ ପଡିଛନ୍ତି। ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ପାତ୍ର କହିଛନ୍ତି। ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ଜାନୁଆରୀ ମାସରେ ରାସନ କାର୍ଡ ବଣ୍ଟନ କରାଯିବ ଓ ଜାନୁଆରି ମାସରୁ ଉପଭୋକ୍ତାମାନେ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଚାଉଳ ସହିତ ଗହମ ପାଇବେ। ଏଥିପାଇଁ ସମସ୍ତ ଜିଲାରୁ ଉପଭୋକ୍ତାଙ୍କ ତଥ୍ୟ ସଂଗ୍ରହ କରାଯାଉଛି।

ଆବଶ୍ୟକକୁ ଦୃଷ୍ଟିରେ ରଖି ସରକାର ଯୋଗାଣ ପାଇଁ ଟେଣ୍ଡର ଡାକିବେ। ତେବେ ବର୍ତମାନ ଚାଲିଥିବା ଇ-କେୱାଇସି ପାଇଁ ସମୟ ଲାଗୁଛି। ପୁରା ପ୍ରକ୍ରିୟାରେ ସ୍ଵଚ୍ଛତା ଆଣିବା ପାଇଁ ରାସନ କାର୍ଡ ହିତାଧିକାରୀଙ୍କ ଆଧାର କାର୍ଡ ଆଧାରିତ ଇ-କେୱାଇସି ଅପଡେଟ୍ କରାଯାଉଛି । ତେବେ ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନାଁ ନଥାଇ କିଏ ରାସନ୍ ନେଉଛି ତ କିଏ ମରିବାର ବର୍ଷ ବର୍ଷ ବିତିଥିଲେ ବି ରାସନକାର୍ଡରୁ ନାଁ କଟିନି । ହଜାର ହଜାର ବଡ଼ ବଡିଆ ବି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ଉଠାଉଛନ୍ତି । ସେମାନଙ୍କୁ ଏବେ ସାବାଡ କରାଯିବ ।

Leave A Reply

Your email address will not be published.