ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭାଷଣ ଦେବାବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

0

ବଲାଙ୍ଗିର: ପିଲାଙ୍କ ଆଗରେ ଶିଶୁ ଦିବସ ଅବସରରେ ଭାଷଣ ଦେଉ ଦେଉ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ। ଭାଷଣ ଦେବାବେଳେ ଅଚାନକ ଟଳିପଡିଲେ। ପରେ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ। ଶିଶୁ ଦିବସ ଅବସରରେ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ପର୍ଶୁରାମ ଦାସ ଭାଷଣ ଦେଉଥିଲେ। ହେଲେ କିଏ ଜାଣିଥିଲା, ସେଠି ତାଙ୍କ ମୃତ୍ୟୁ ଜଗି ବସିଥିବ। ଭାଷଣ ଦେଉ ଦେଉ ହଠାତ୍‌ ତଳେ ପଡ଼ିଯାଇଥିଲେ ପର୍ଶୁରାମ। ସଙ୍ଗେ ସଙ୍ଗେ ତାଙ୍କୁ ସହକର୍ମୀମାନେ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିବା ବେଳେ ଘଟଣା ପରେ ମର୍ମାହତ ହୋଇପଡିଛନ୍ତି ପରିବାର ଲୋକେ ଏବଂ ସ୍କୁଲ କର୍ତ୍ତୃପକ୍ଷ।

Leave A Reply

Your email address will not be published.