ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଖାରଜ

0

ସମ୍ବଲପୁର:ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଖାରଜ କରିଛନ୍ତି ସୁପ୍ରିକକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ ହେବା ପରେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୟନାରାୟଣ। ଆରେଷ୍ଟ ସମ୍ଭାବନା ନେଇ ଆଗୁଆ ଜାମିନ୍ ମାଗିଥିଲେ। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

ତେବେ ଜୟନାରାୟଣଙ୍କ ଓକିଲଙ୍କ କହିବା ଅନୁଯାୟୀ, ଏନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ। ହେଲେ ରାଜ୍ୟ ସରକାର ଏ ଘଟଣାରେ କୌଣସି ଗିରଫଦାରୀ ନହେବା ସ୍ପଷ୍ଟ କରିଥିଲେ। ଯେହେତୁ ଗିରଫଦାରୀର ସମ୍ଭାବନା ନାହିଁ, ତେଣୁ ଆଗୁଆ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ତେବେ କହିରଖୁଛୁ, ଗତ ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରି ବିଜେପି କର୍ମୀ ବିକ୍ଷୋଭ କରୁଥିବା ସମୟରେ ଧନୁପାଲୀ ଆଇଆଇସି ଅନୀତା ପ୍ରଧାନଙ୍କୁ ଜୟନାରାୟଣ ଆକ୍ରଣମ କରିଥିବା ଅଭିଯୋଗ ହୋଇଥିଲା। ଘେରାଉ ସମୟରେ ଜୟନାରାୟଣ ମିଶ୍ର ଧନୁପାଲି ଥାନା ଆଇଆଇସିଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପ୍ରଥମେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ବିଧାୟକ। ହେଲେ ସେଠୁ ତାଙ୍କୁ ଆଶ୍ବସ୍ତି ନମିଳିବାରୁ ପରେ ସେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply

Your email address will not be published.