ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଖାରଜ

0

ସମ୍ବଲପୁର:ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଖାରଜ କରିଛନ୍ତି ସୁପ୍ରିକକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ ହେବା ପରେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୟନାରାୟଣ। ଆରେଷ୍ଟ ସମ୍ଭାବନା ନେଇ ଆଗୁଆ ଜାମିନ୍ ମାଗିଥିଲେ। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

ତେବେ ଜୟନାରାୟଣଙ୍କ ଓକିଲଙ୍କ କହିବା ଅନୁଯାୟୀ, ଏନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ। ହେଲେ ରାଜ୍ୟ ସରକାର ଏ ଘଟଣାରେ କୌଣସି ଗିରଫଦାରୀ ନହେବା ସ୍ପଷ୍ଟ କରିଥିଲେ। ଯେହେତୁ ଗିରଫଦାରୀର ସମ୍ଭାବନା ନାହିଁ, ତେଣୁ ଆଗୁଆ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ତେବେ କହିରଖୁଛୁ, ଗତ ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରି ବିଜେପି କର୍ମୀ ବିକ୍ଷୋଭ କରୁଥିବା ସମୟରେ ଧନୁପାଲୀ ଆଇଆଇସି ଅନୀତା ପ୍ରଧାନଙ୍କୁ ଜୟନାରାୟଣ ଆକ୍ରଣମ କରିଥିବା ଅଭିଯୋଗ ହୋଇଥିଲା। ଘେରାଉ ସମୟରେ ଜୟନାରାୟଣ ମିଶ୍ର ଧନୁପାଲି ଥାନା ଆଇଆଇସିଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପ୍ରଥମେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ବିଧାୟକ। ହେଲେ ସେଠୁ ତାଙ୍କୁ ଆଶ୍ବସ୍ତି ନମିଳିବାରୁ ପରେ ସେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply

Your email address will not be published.