ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ମୋଦୀ। ଡୋମିନିକା ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର’ ପାଇବେ ମୋଦୀ। ଗୁଆନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟ୍‌ରେ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। କୋଭିଡ ବେଳେ ଭାରତର ସହଯୋଗ ପାଇଁ ମୋଦୀଙ୍କୁ ଏହି ସମ୍ମାନ ମିଳିବ।

ଗୁରୁବାର ଏହି କାରବୀୟ ଆଇଲ୍ୟାଣ୍ଡ ପକ୍ଷରୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଦି ଡୋମିନିକା ଆୱର୍ଡ ଅଫ୍ ଅନର୍’ ଘୋଷଣା କରାଯାଇଛି। କୋଭିଡ -୧୯ ମହାମାରୀ ସମୟରେ ନିଜ ଦେଶକୁ ସାହାଯ୍ୟ କରିବା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବାର ନିଷ୍ପତି ନେଇଛନ୍ତି ଡୋମିନିକା ସରକାର। ଏଥିପାଇଁ ଡୋମିନିକାର ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର’ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯିବ।

ଏନେଇ ଡୋମିନିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତି ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ ଅଛି ଯେ, କୋଭିଡ ମହାମାରୀ ସମୟରେ ଭାରତରୁ ଡୋମିନିକାକୁ ମିଳିଥିବା ସମର୍ଥନ ପାଇଁ ଏବଂ ଏହି ଦୁଇ ଦେଶ ମଧ୍ୟରେ ବଢୁଥିବା ସହଭାଗୀତାର ପ୍ରତୀକ ଭାବରେ ଏହି ପୁରସ୍କାର ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗତ ଫେବୃଆରୀ ୨୦୨୧ ରେ କୋଭିଡ ମହାମାରୀ ସମୟରେ ଡୋମିନିକାକୁ ୭୦ ହଜାର ଟିକା ପ୍ରଦାନ କରିଥିଲେ। ଏହି ଟିକା ଯୋଗାଣ ଭାରତର “ଟିକା ମୈତ୍ରୀ” ନୀତି ଅନୁଯାୟୀ କରାଯାଇଥିଲା, ଯାହା ଉଦ୍ଦେଶ୍ୟ ବିକାଶଶୀଳ ଦେଶମାନଙ୍କୁ ମହାମାରୀ ସହ ମୁକାବିଲା କରିବାରେ ସାହାଯ୍ୟ କରିବା ଥିଲା। ଡୋମିନିକାନ୍ ରାଷ୍ଟ୍ରପତି ସିଲବେନ ସିଲଭାନି ବର୍ଟନ୍ ଗୁଆନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟ୍‌ରେ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ। ଏହି ଅବସରରେ ଭାରତ-କାରିକୋମ୍ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.