ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଆତଙ୍କବାଦୀ ସଙ୍ଗଠନ ଲସ୍କରରୁ ଆର୍‌ବିଆଇକୁ ମିଳିଲା ଧମକ

0

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ଶନିବାର ସକାଳ ୧୦ଟାରେ ଏହି ଫୋନ୍‌ ଆସିଥିବା ଜଣାପଡ଼ିଛି। ଏହି ଧମକପୂର୍ଣ୍ଣ କଲ୍‌ ଆସିବା ପରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଫୋନ୍‌ କଲ୍ ଆସିବା ପରେ ଆର୍‌ବିଆଇ ଅଧିକାରୀ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଅପରପକ୍ଷେ ପୋଲିସ ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଛି। ଏନେଇ ମାତା ରାମାବାଇ ମାର୍ଗ ଥାନାରେ ମାମଲା ରୁଜୁ ହୋଇଛି। କେହି ମଜାରେ ଏଭଳି ଫୋନ କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଥିଲେ ହେଁ କଲ୍‌ କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି।

ଆର୍‌ବିଆଇକୁ ଏଭଳି ଧମକପୂର୍ଣ୍ଣ କଲ୍‌ ମିଳିବା ନୂଆ କଥା ନୁହେଁ। ଗତ ୨ ମାସ ମଧ୍ୟରେ ଏଭଳି କଲ୍‌କୁ ନେଇ ଅନେକ ମାମଲା ରୁଜୁ ହୋଇଛି। ଏହାପୂର୍ବରୁ ମୁମ୍ବାଇ ବିମାନ ବନ୍ଦର ସହ ଦେଶର ଅନେକ ବିମାନ ବନ୍ଦର, ସ୍କୁଲ ଏବଂ ଅନ୍ୟାନ୍ୟ ସ୍ଥାନକୁ ବୋମାରେ ଉଡାଇ ଦେବାକୁ ଧମକ ଦେଉଛନ୍ତି। ପରେ ଏସବୁ ମାମଲା ମିଥ୍ୟା ବୋଲି ଜଣାପଡ଼ୁଛି। ବିଶେଷକରି ବିମାନ ସେବା କ୍ଷେତ୍ରକୁ ଧମକ ଅଧିକ ଆସୁଥିବାରୁ ଅନେକ ବିମାନ କ୍ରମାଗତ ଭାବେ ପ୍ରଭାବିତ ହେଉଛି।

Leave A Reply

Your email address will not be published.