ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଡମ୍ପିଂୟାର୍ଡରେ ଲକ୍ଷାଧିକ ଟଙ୍କାର ସ୍କୁଲ ୟୁନିଫର୍ମ ଓ ଜୋତା

0

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡାରୁ ୨ କିମି ଦୂର ଏକ ଡମ୍ପିଂୟାର୍ଡରେ ସ୍କୁଲ ଓ ଅଙ୍ଗନୱାଡ଼ି ପିଲାଙ୍କ ଲଧାଧିକ ଟଙ୍କାର ପୋଷାକ ପଡ଼ିଥିବା ଦେଖିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ୟୁନିଫର୍ମ, ବ୍ୟାଗ୍‌ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍‌ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡର୍ମ୍ପିଂୟାର୍ଡରେ ଫିଙ୍ଗାଯାଉଛି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରିଗୁଡ଼ାରେ।

ବୈପାରୀଗୁଡ଼ାରେ ଏକ ଡମ୍ପିଂୟାର୍ଡରେ ସ୍କୁଲ ଓ ଅଙ୍ଗନଓ୍ବାଡି ପିଲାଙ୍କ ଲକ୍ଷାଧିକ ଟଙ୍କାର ୟୁନିଫର୍ମ ଫୋପଡ଼ା ଯାଇଛି। ତେବେ ଏସବୁ ପିଲାମାନଙ୍କୁ ନ ବାଣ୍ଟି କିଏ କାହିଁକି କେଉଁ ଉଦ୍ଦେଶ୍ୟରେ ଫିଙ୍ଗିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Leave A Reply

Your email address will not be published.