ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେଇ ବନ୍ଧା ହେଲେ ଡାକ୍ତର

0

କଳାହାଣ୍ଡି: ଲାଞ୍ଚ ନେବା ବେଳେ ଧରାପଡିଲେ ଡାକ୍ତର। ଭବାନୀପାଟଣା ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ଦାସ ଜଣେ ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟ ଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି। ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡିରୁ। କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସ ଗର୍ଭବତୀଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ।

ଖବର ମୁତାବକ, ଭବାନୀପାଟଣାର ରେନ୍ଦୋ ମାଝୀ ନାମକ ଜଣେ ଗର୍ଭବତୀ ଚେକଅପ୍‌ ପାଇଁ ଡାକ୍ତର ଅଶୋକ ଦାସଙ୍କ ପାଖକୁ ଆସିଥିଲେ। ଚେକଅପ୍‌ ସମୟରେ ତାଙ୍କର ଡେଲିଭରୀ ସମୟ ନିକଟ ହୋଇ ଗଲାଣି ବୋଲି ଡାକ୍ତର କହିଥିଲେ। ଏହା ପରେ ଗର୍ଭବତୀ ଜଣଙ୍କ ସରକାରୀ ଡାକ୍ତରଖାନାରେ ନିଜ ପିଲାକୁ ଜନ୍ମ ଦେବା ପାଇଁ ଚାହିଁଥିଲେ। ଏଥିପାଇଁ ଅଶୋକ ଗର୍ଭବତୀଙ୍କୁ ୬୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଗର୍ଭବତୀ ଜଣଙ୍କ ସେଠାରୁ ଚାଲି ଆସି ଭିଜିଲାନ୍ସରେ ଜମାଇଥିଲେ। ପୂର୍ବ ଯୋଜନା ଅନୁସାରେ ଗର୍ଭବତୀ ମହିଳା ଜଣଙ୍କ ଡାକ୍ତର ଅଶୋକଙ୍କୁ ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରି ପକାଇଥିଲା। ଏହା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।

ଏହା ସହ ଡାକ୍ତର ଙ୍କ ସରକାରୀ କ୍ୱାର୍ଟର ରୁ ନଗଦ ୯୬ ହଜାର ୮୫୦ ଟଙ୍କା ଠାବ କରାଯାଇଛି। କଳାହାଣ୍ଡି , ନୂଆପଡ଼ା, ନବରଙ୍ଗପୁର ଏବଂ ଜୟପୁର ଡିଭିଜନ ର ୧୦ ଜଣିଆ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଡାକ୍ତରଙ୍କ ଚ୍ୟାମ୍ବର୍ ଏବଂ ସରକାରୀ କ୍ୱାର୍ଟରରେ ଚଢାଉ ଜାରି ରଖିଛନ୍ତି। ଡାକ୍ତର ଙ୍କ ନୟାଗଡ଼ ସ୍ଥିତ ପୈତୃକ ଘର ସମେତ ଭୁବନେଶ୍ୱର ପ୍ରଭୃତି ମୋଟ ୧୦ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି।

Leave A Reply

Your email address will not be published.