ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମଝି ରାସ୍ତାରେ ହାତାହାତି ହେଲେ ଦୁଇ କଳାକାର

0

ଭୁବନେଶ୍ବର: ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପୁଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ହାତାହାତି ହୋଇଛନ୍ତି ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ୍। ସେଠାରେ ଉପସ୍ଥିତ ଅନ୍ୟ ନିର୍ଦ୍ଦେଶକଙ୍କ ଉପରକୁ ମଧ୍ୟ ଆକ୍ରମଣାତ୍ମକ ବ୍ୟବହାର ପ୍ରଦର୍ଶନ କରିଥିଲେ ମନୋଜ ମିଶ୍ର। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଆରମ୍ଭ ହୋଇଥିବା କଥା କଟାକଟି ଆଜି ବିଚ୍‌ ରାସ୍ତାରେ ପହଞ୍ଚିଛି। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।

ପୋଲିସ ଉଭୟଙ୍କୁ କାବୁ କରି ସ୍ଥିତି ନିୟନ୍ତ୍ରଣ କରିଛି। ଅନ୍ୟପକ୍ଷେ ଉଭୟପକ୍ଷ ସିପି ଅଫିସରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଘଟଣା ରାଜଧାନୀରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ମନୋଜ ମିଶ୍ର କହିଛନ୍ତି କି, ବବି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଆକ୍ଷେପ କରିବାରୁ ସେ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଚରମ ସୀମାରେ ପହଞ୍ଚିଥିଲା ବିଶୃଙ୍ଖଳା। ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବାକ୍ ଯୁଦ୍ଧ ସହ ହାତାହାତି ସ୍ଥିତି ଉପୁଜିଥିଲା। ଶେଷରେ ଉଭୟେ ଡିସିପି ଅଫିସରୁ ବାହାରି ସିପି ଅଫିସରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷକୁ ନେଇ ପୁଲିସ ପ୍ରଶାସନ ଆପୋଷ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲା।

ଅପରପକ୍ଷେ, ଏଥିସହ ପରବର୍ତ୍ତୀ ମୁହୂର୍ତ୍ତରେ ଏଭଳି ବ୍ୟବହାର ପାଇଁ ଡିସିପି ପିନାକ ମିଶ୍ରଙ୍କ ସାମ୍ନାରେ ମନୋଜ ଭୁଲ୍ ମାଗିଥିବା ସୂଚନା ମିଳିଛି। ସେପଟେ ପୁଲିସ ସେବା ଭବନରେ ଉଭୟ ପକ୍ଷକୁ ବୁଝାଇବା ପାଇଁ ପୁଲିସ କମିଶନର ଓ ଡିସିପିଙ୍କ ଉପସ୍ଥିତିରେ ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ, ପୂର୍ବ ନିର୍ଦେଶ ମୁତାବକ ଉଭୟ ପକ୍ଷ ଆଜି ଡିସିପି ଅଫିସ୍‌ରେ ହାଜର ହୋଇଥିଲେ। ଏହାପରେ ଏଭଳି ଘଟଣା ଘଟିଛି।

Leave A Reply

Your email address will not be published.