ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜଳିଗଲା କଣ୍ଟେନର୍, ଡ୍ରାଇଭର ଜୀବନ୍ତ ଦଗ୍ଧ

0

ବାଲେଶ୍ୱର: ବାଲେଶ୍ୱର ଜିଲା ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କଣ୍ଟେନର ଟୋଲଗେଟକୁ ଧକ୍କା ଦେବା ପରେ ଜଳିଯାଇଥିବା ବେଳେ କଣ୍ଟେନର ଭିତରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ହେଲପର ମଧ୍ୟ ଜଳି ଯାଇଥିବା ସନ୍ଦେହ କରା ଯାଉଛ।

କଣ୍ଟେନରଟିରେ ଚା’ ବୋଝେଇ ହୋଇଥିଲା। ତାହା ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ଜଳେଶ୍ବର ପୋଲିସ ପହଞ୍ଚି ନଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ଡ୍ରାଇଭରର ଆଖି ଲାଗିଯାଇ ଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଟ୍ରକ୍‌ଟି ଟୋଲଗେଟ୍‌ର ୬ ନମ୍ବର ଲେନ୍‌ର ସୁରକ୍ଷାବାଡ଼ ଭାଙ୍ଗି ଦ୍ରୁତଗତିରେ ମାଡ଼ିଯାଇଥିଲା ଓ ଟୋଲଗେଟ୍‌ରେ ପିଟି ହୋଇଥିଲା। ଏହା ପରେ ଟ୍ରକ୍‌ଟିରେ ନିଆଁ ଲାଗି ଯାଇଥିଲା। ଟୋଲଗେଟ୍‌ର ବିପୁଳ କ୍ଷତି ହୋଇଥିବା ସୂଚନା ମିଳୁଛି।

Leave A Reply

Your email address will not be published.