ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଦିଲ୍ଲୀରେ ୨୫୦୦ ଟଙ୍କା ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା

0

ନୂଆଦିଲ୍ଲୀ: ଦିଲ୍ଲୀର ବୃଦ୍ଧାବୃଦ୍ଧମାନଙ୍କ ପାଇଁ ଏକ ଖୁସି ଖବର। ରାଜଧାନୀ ନୂଆ ଦିଲ୍ଲୀର ବୃଦ୍ଧାବୃଦ୍ଧମାନଙ୍କ ପାଇଁ ୨୫୦୦ ଟଙ୍କାର ଭତ୍ତା ଘୋଷଣା କରିଛନ୍ତି ସରକାର।ଦିଲ୍ଲୀ ସରକାର ୮୦ ହଜାର ବୃଦ୍ଧାବୃଦ୍ଧଙ୍କ ପାଇଁ ଏହି ନୂଆ ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଘୋଷଣା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ, ବର୍ତ୍ତମାନ ୫ ଲକ୍ଷ ୩୦ ହଜାର ବୟସ୍କଙ୍କୁ ପେନସନ ମିଳିବ।

ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ଦିଲ୍ଲୀର ଲକ୍ଷ ଲକ୍ଷ ବୟସ୍କ ବ୍ୟକ୍ତି ପେନସନ ପାଇବେ। ଆଜି ଦିଲ୍ଲୀ ସରକାରଙ୍କ ଦ୍ୱାରା ୮୦,୦୦୦ ବୃଦ୍ଧାବୃଦ୍ଧ ପେନ୍‌ସନ୍‌ ସ୍କିମ୍‌ ଖୋଲିଛି। ବର୍ତ୍ତମାନ ଦିଲ୍ଲୀର ପାଞ୍ଚ ଲକ୍ଷ ୩୦ ହଜାରରୁ ଅଧିକ ବୃଦ୍ଧ ୨୫୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ ପାଇବେ। ସେ ଯେଉଁଆଡେ ଯାଉଥିଲେ, ବୃଦ୍ଧାବୃଦ୍ଧମାନେ ଭତ୍ତା ପାଇଁ ଦାବି କରୁଥିଲେ। ଏହାକୁ ଦିଲ୍ଲୀ ସରକାର ଲାଗୁ କରିଦେଇଛନ୍ତି। ଏହା ଲାଗୁ ହେବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ଆବେଦନ ଆସିଛି।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ଆଜି ଆମେ ଦିଲ୍ଲୀର ବୃଦ୍ଧାବୃଦ୍ଧମାନଙ୍କ ପାଇଁ ଏକ ଖୁସି ଖବର ଆଣିଛୁ। ୮୦ ହଜାର ପୁରୁଣା ପେନସନ ଖୋଲାଯାଉଛି। ବର୍ତ୍ତମାନ ସମୁଦାୟ ପାଞ୍ଚ ଲକ୍ଷ ୩୦ ହଜାର ବୃଦ୍ଧାବୃଦ୍ଧ ବ୍ୟକ୍ତି ପେନସନ ପାଇବେ। କ୍ୟାବିନେଟ ଏହାକୁ ପାରିତ କରିଛି। ୨୦୨୫ରେ ସରକାର ଗଠନ କରିବା ପରେ ଆମେ ପେନ୍‌ସନ ବୃଦ୍ଧି କରିଛୁ। ଦେଶରେ ଦିଲ୍ଲୀର ସର୍ବାଧିକ ପେନ୍‌ସନ ରହିଛି। ସରକାରଙ୍କ ଘୋଷଣା ଅନୁସାରେ, ୬୦ରୁ ୬୯ ବର୍ଷ ବୟସର ବୃଦ୍ଧାବୃଦ୍ଧଙ୍କୁ ପ୍ରତିମାସରେ ୨ ହଜାର ଟଙ୍କା ଭତ୍ତା ଦିଆଯିବ। ସେହିପରି ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାସିକ ୨୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ।

Leave A Reply

Your email address will not be published.