ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

କାର୍ଯ୍ୟରେ ଯୋଗ ଦେଲେ ସୁଜାତା କାର୍ତ୍ତିକେୟନ

0

ଭୁବନେଶ୍ବର: ମିଳିଲାନି ଛୁଟି, ଆଜି କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି ସୁଜାତା। ୬ ମାସ ଛୁଟିରୁ ଫେରିବା ପରେ ଆଜି ଚାକିରିରେ ଯୋଗ ଦେଇଛନ୍ତି। ଗତକାଲି ସୁଜାତା କାର୍ତ୍ତିକେୟନଙ୍କ ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ମୋହନ ସରକାର । ଆଜିଠାରୁ ଯୋଗ ଦେବାକୁ କହିଥିଲେ।

୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ବୁଧବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି। ସୁଜାତାଙ୍କୁ ନେଇ ପ୍ରଶାସନିକ ସ୍ତରରେ ଜୋରଦାର ଚର୍ଚ୍ଚା ଚାଲି ଥିବାବେଳେ ତାଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଥିଲା। ୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ଥିବା ବେଳେ ସେ ଆଉ ସେ ୬ ମାସ ଛୁଟି ଆବେଦନ କରିଥିଲେ। ତେବେ ତାଙ୍କ ଛୁଟିକୁ ନାଁ କରିଦେଲେ ମୋହନ ସରକାର। ୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇଏଏସ୍‌ କାର୍ତ୍ତିକେୟନ ମେ ୩୧ରୁ ଛୁଟିରେ ଯାଇଥିବା ବେଳେ ଆଉ ୬ ମାସ ଛୁଟିରେ ରହିବାକୁ ଚାହୁଁଥିଲେ। ନବୀନ ସରକାର ସମୟରେ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର ମୁଖ୍ୟ ଥିଲେ । ନିର୍ବାଚନ ସମୟରେ ତାଙ୍କୁ ବଦଳି କରିଯାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୋଷ୍ଟିଂ କରାଯାଇଥିଲା ।

Leave A Reply

Your email address will not be published.