ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ପୁଣି ହୋଇପାରେ ଆଳୁ ସଙ୍କଟ

0

ପଶ୍ଚିମବଙ୍ଗ ସୀମାରେ ଅଟକିଛି ଆଳୁ ଟ୍ରକ୍
ଭୁବନେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଛି ଶହଶହ ଆଳୁ ବୋଝେଇ ଟ୍ରକ୍। କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇପାରେ। ହୁ ହୁ ହୋଇ ବଢୁଥିବା ପରିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଣ୍ଟା କଷିଥିଲେ ମଧ୍ୟ ଦର ବଢି ଚାଲିଛି। ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେଉଛନ୍ତି। କିଛିଦିନ ପୂର୍ବରୁ ଆଳୁକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ବିଧାନସଭା ଚାଲିଥିବାବେଳେ ପୁଣି ଦିଦିଙ୍କ ଆଳୁଗାଡି ଅଟକାଇବାକୁ ନେଇ ଗୃହରେ ଆଳୁ ପ୍ରସଙ୍ଗ ଝଡ ସୃଷ୍ଟି କରିପାରେ।

ସୂଚନାଥାଉ କି, ବେଲଦାରେ ଶତାଧିକ ଆଳୁ ଟ୍ରକ ଅଟକି ରହିଛି। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ଅଟକିଛି ଆଳୁଗାଡ଼ି। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ଜଣାପଡ଼ି ନାହିଁ। ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ।ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି। ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୁଲିସ। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଆଳୁ ଦର ହ୍ରାସ ପାଇଁ ପଶ୍ଚିମବଙ୍ଗ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ପଶ୍ଚିମ ମେଦିନୀପୁର ଜିଲ୍ଲା ପୁଲିସ ନାକାରେ ଆଳୁ ଗାଡ଼ି ଅଟକ ରଖା ଯାଇଛି ।ଖାଲି ଓଡିଶା ନୁହେଁ ପ୍ରଶାସନ ଅନ୍ୟ ରାଜ୍ୟକୁ ମଧ୍ୟ ଆଳୁ ରପ୍ତାନି ବନ୍ଦ କରିଦେଇଥିବା ଜଣାଯାଇଛି।

Leave A Reply

Your email address will not be published.