ପ୍ରମୁଖ ଖବର

ସ୍ୱର୍ଣ୍ଣ ମନ୍ଦିରରେ ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଗୁଳିମାଡ଼
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍

ଶପଥ ନେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା

0

ନୂଆଦିଲ୍ଲୀ: ଶପଥ ନେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। କଂଗ୍ରେସର ସାଧାରଣ ସମ୍ପାଦକ ତଥା କେରଳର ଓ୍ବାୟନାଡ ଆସନରୁ ନବନିର୍ବାଚିତ ସାଂସଦ ପ୍ରିୟଙ୍କା ଆଜି ବିଧିବଦ୍ଧ ଭାବେ ଲୋକସଭାରେ ଶପଥ ଗ୍ରହଣ କରିଛନ୍ତି। ୫୨ ବର୍ଷିୟ ପ୍ରିୟଙ୍କା ହାତରେ ସମ୍ବିଧାନ ଧରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରିୟଙ୍କା ଶପଥ ନେବା ସମୟରେ ତାଙ୍କ ଭାଇ ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ସେଠାରେ ଉପସ୍ଥିତି ଥିଲେ। ଏହାସହ ସ୍ୱାମୀ ରବର୍ଟ ଭଡ୍ରା, ପୁଅ ରେହାନ, ଝିଅ ମିରାୟା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସେଠାରେ ଥିଲେ।
ପ୍ରଥମ ଥର କେରଳର ୱାୟାନାଡରୁ ବିପୁଳ ଭୋଟରେ ଜିତିଥିବା ପ୍ରିୟଙ୍କା ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି। ମଲୟାଲି ଉତ୍ସବରେ ସ୍ୱତନ୍ତ୍ର ରୂପେ ଗୋଲ୍ଡେନ୍‌ ବର୍ଡର ଥିବା ଧଳା ରଙ୍ଗର କାସାଭୁ ଶାଢ଼ୀ ପିନ୍ଧାଯାଏ। ପ୍ରିୟଙ୍କା ଶପଥ ଗ୍ରହଣ ବେଳେ ଶାଢ଼ୀ ପିନ୍ଧି ୱାୟନାଡରେ ସେ ସକ୍ରିୟ ଭାବରେ କାମ କରିବାକୁ ନେଇ ଇସାରା ଦେଇଛନ୍ତି।

୫୨ ବର୍ଷୀୟା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଲୋକସଭାରେ ପ୍ରବେଶ ସହିତ ସଂସଦ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ତିନିଜଣ ସଦସ୍ୟଙ୍କୁ ଏକାଠି ଦେଖିବାକୁ ମିଳିବ। ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧି ଲୋକସଭାରେ ବସିଥିବା ବେଳେ ସେମାନଙ୍କ ମା’ ସୋନିଆ ଗାନ୍ଧି ରାଜ୍ୟସଭାରେ ନଜର ଆସିବେ। ସାଂସଦ ଭାବେ ଶପଥ ଗ୍ରହଣ କରିବାରେ ସୋନିଆ ଗାନ୍ଧି ଏବଂ ତାଙ୍କ ଜେଜେମା ତଥା ପୂର୍ବତନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପରେ ପ୍ରିୟଙ୍କା ଗାନ୍ଧି ପରିବାରର ତୃତୀୟ ମହିଳା ଅଟନ୍ତି।

ଏଥର ସଂସଦରେ ଗାନ୍ଧୀ ପରିବାରର ୩ ସଦସ୍ୟ ରାହୁଲ, ପ୍ରିୟା ଓ ସୋନିଆ ଗାନ୍ଧୀଙ୍କ ଉପସ୍ଥିତିକୁ ଦେଖାଯିବ। ଦେଶର ସ୍ୱାଧୀନତା ପରଠାରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟଙ୍କୁ କେବେ ଏକାଠି ସଂସଦରେ ଦେଖାଯାଇ ନାହିଁ। ଚଳିତ ଲୋକସଭା ନିର୍ବାଚନରେ ଭାଇ ରାହୁଲ ଗାନ୍ଧୀ ରାଏବରେଲି ଆସନରୁ ସାଂସଦ ଭାବେ ପ୍ରଥମରୁ ଲୋକସଭାରେ ଉପସ୍ଥିତ ରହିଥିବା ବେଳେ ମା’ ସୋନିଆ ଗାନ୍ଧୀ, ରାଜ୍ୟସଭା ସାଂସଦ ଅଛନ୍ତି।

Leave A Reply

Your email address will not be published.