ପ୍ରମୁଖ ଖବର

ଜୟପୁରଠାରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ପରୀକ୍ଷା ଜୋନ ହେବ ବୋଲି ଘୋଷଣା
ଭାରତରେ ୨ ଜଣ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ
ଆଇଇଡି ଲଗାଇ ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ
ସାତକୋଶିଆରେ ଆଜି ଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା
ଓଡିଶାରେ ୪୪୭୯୩ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୧୦ କୋଟିର ଟଙ୍କାର ଗଞ୍ଜେଇ ଜବତ
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଜଷ୍ଟିନ ଟ୍ରୁଡୁ
ଦରଦାମ ବୃଦ୍ଧି ପ୍ରତିବାଦରେ ସରକାରଙ୍କ ଉପରେ ବର୍ଷିଲେ ନବୀନ
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ମୋଦୀ
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ମୋଦୀ
ଜାମିନ ନେବାକୁ ମନା କଲେ ପ୍ରଶାନ୍ତ କିଶୋର: ଜେଲ୍‌ରେ ଥାଇ କରିବେ ଅନଶନ

ନୂଆବର୍ଷ ପୂର୍ବରୁ ପୁଣି ବଢ଼ିଲା ଗ୍ୟାସ ଦର

0

ନୂଆଦିଲ୍ଲୀ;ନୂଆବର୍ଷ ପୂର୍ବରୁ ପୁଣି ଖାଉଟିକୁ କନ୍ଦାଇଲା ଏଲପିଜି ଗ୍ୟାସ ଦର। ଡିସେମ୍ବର ମାସ ଆରମ୍ଭରୁ ବଢ଼ିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ ଆଜିଠାରୁ (ରବିବାର) ପୁଣି କମର୍ସିଆଲ ବା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି। ୧୯ କିଲୋଗ୍ରାମ ପିଛା ୧୯.୫୦ ଟଙ୍କାକୁ ବୃଦ୍ଧି ହୋଇଛି । ହେଲେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ସଂଶୋଧନ କରାଯାଇ ନାହିଁ ଅପରିବର୍ତ୍ତିତ ରହିଛି। ଏହାପୂର୍ବରୁ ନଭେମ୍ବର ପହିଲାରେ ମଧ୍ୟ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା।

ପ୍ରତି ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ। ହୋଟେଲ, ରେସ୍ତୋରାଁ, ଚା’ ଷ୍ଟଲ, ଓ ଅନ୍ୟ ଭୋଜନାଳୟଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି। ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜର ଖାଦ୍ୟପଦାର୍ଥ ମୂଲ୍ୟ ବଢାଇଥାନ୍ତି। ତେଣୁ କମର୍ସିଆଲ ଗ୍ୟାସ ଦର ବଢିବା ପରେ ଖାଦ୍ୟ ପଦାର୍ଥର ମୂଲ୍ୟ ମଧ୍ୟ ବଢିପାରେ।

ଦିଲ୍ଲୀରୁ ମୁମ୍ବାଇ ଏବଂ କୋଲକାତା ଠାରୁ ଚେନ୍ନାଇ ପର୍ଯ୍ୟନ୍ତ ୧୦ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ଆଜି ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୧୮.୫୯ ଟଙ୍କା ହୋଇଛି, ଯାହା ଏପର୍ଯ୍ୟନ୍ତ ୧୮୦୨ ଟଙ୍କାରେ ଉପଲବ୍ଧ ଥିଲା।

ଏହା ବ୍ୟତୀତ, ଯଦି ଆମେ ଅନ୍ୟ ମହାନଗର ବିଷୟରେ କଥା ହେବା, ତେବେ କୋଲକାତାରେ କମର୍ସି‌ଆଲ୍ ଏଲପିଜି ସିଲିଣ୍ଡର ଦର ୧୯୨୭ ଟଙ୍କା ହୋଇଛି ଯାହା ନଭେମ୍ୱରରେ ବୃଦ୍ଧି ପାଇ ୧୯୧୧.୫୦ ଟଙ୍କାରେ ବିକ୍ରି ହେଉଥିଲା ଏହା ସହିତ, ମୁମ୍ବାଇରେ ୧୯ କିଲୋଗ୍ରାମ LPG ସିଲିଣ୍ଡର ମୂଲ୍ୟ ୧୭୫୪.୫୦ ଟଙ୍କା ଥିବାବେଳେ, ବର୍ତ୍ତମାନ ୧୭୭୧ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଚେନ୍ନାଇରେ ଏହି ସିଲିଣ୍ଡର ୧୯୬୪.୫୦ଟଙ୍କାରେ ଉପଲବ୍ଧ ଥିଲା, ଯାହା ବର୍ତ୍ତମାନ ୧୯୮୦.୫୦ ଟଙ୍କା ହୋଇସାରିଛି।

ସାଧାରଣ ଖାଉଟିଙ୍କ ଘରେ ବ୍ୟବହାର ହେଉଥିବା ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ସିଲିଣ୍ଡର ପିଛା ୮୦୩ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୮୦୨.୫୦ ଟଙ୍କା, କୋଲକାତାରେ ୮୨୯ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କାରେ ଉପଲବ୍ଧ ରହିଛି । ଏହାସହ କେନ୍ଦ୍ର ସରକାର ଉଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ମୂଲ୍ୟ ୬୦୩ ଟଙ୍କା ସ୍ଥିର ରଖିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ମାସରେ ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ ।

Leave A Reply

Your email address will not be published.