ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ହାଇୱା ଧକ୍କାରେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ

0

ଜଗତସିଂହପୁର: ଜଗତସିଂହପୁର ଜିଲା ଅଲଣାହାଟ ନିକଟସ୍ଥ ରାଇବରାଇପଲ୍ଲୀ ଛକ ଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇୱା ଚାପି ଦେବାରୁ ଘଟଣାସ୍ଥଳରେ ଜଣେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତ ମାଛ ବ୍ୟବସାୟୀ ଜଣକ ହେଲେ ସ୍ଥାନୀୟ କାଂଶ ଗାଁର ରତ୍ନାକର ବେହେରା। ସକାଳୁ ସକାଳୁ ଗଉଡୁକଣି ପଡ଼ିଆର ଯୁବ ମାଛ ବ୍ୟବସାୟୀ ମାଛ ବିକ୍ରି କରିବାକୁ ବାହାରିଥିବା ବେଳେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ରତ୍ନାକର ଆଜି ସକାଳୁ ଏକ ଲୁନାରେ ମାଛ ନେଇ ବ୍ୟବସାୟ କରିବାକୁ ଯାଉଥିଲେ। ରାଇବରାଇପଲ୍ଲୀ ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ତାଙ୍କ ଉପରେ ମାଡି ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତ ଦେହ ପ୍ରାୟ ଦୁଇ ଘଣ୍ଟା କାଳ ସେହିପରି ରାସ୍ତା ଉପରେ ପଡ଼ିଥିଲେ ମଧ୍ୟ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଘଣ୍ଟା ପରେ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇବା ପରେ ହାଇୱାଟି ଫେରାର ହୋଇ ଯାଇଛି।
ଯୁବ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ବାଲିଭଉଁରୀ ନାଉଗାଁ ରାସ୍ତାକୁ ଅବରୋଧ କରିଛନ୍ତି। ଏନେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.