ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ିବା ଘଟଣାରେ ପୁଅ ମୃତ

0

ବାରଙ୍ଗ: ବାରଙ୍ଗରେ ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣାରେ ପୁଅ ମୃତ। ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିବା ବେଳେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ। ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ଘଟିଥିଲା ଜଘନ୍ୟକାଣ୍ଡ। ଘରୋଇ କଳିରୁ ପୁଅ ଓ ବୋହୂଙ୍କୁ ପୋଡ଼ି ଦେଇଥିଲା ନୃଶଂସ ବାପା।

ସୂଚନା ଅନୁସାରେ, ଗତ ସପ୍ତାହରେ ବାରଙ୍ଗ ଗୋଡିସାହି ବାରସିଙ୍ଗା ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା ଗୋବର୍ଦ୍ଧନ ରାଉତ ପୁଅ ଓ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପୁଅ ବୋହୂଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ମାତ୍ର ପରେ ଉଭୟଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦%ରୁ ଅଧିକ ପୋଡ଼ି ଯାଇଥିଲା। ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଗତ ରବିବାର ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ ବୋହୁ। ସେପଟେ ଆଜି ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ହୋଇଛି। ସେପଟେ ଘଟଣା ଘଟାଇଥିବା ଅଭିଯୁକ୍ତ ଗୋବର୍ଦ୍ଧନ ମଧ୍ୟ ଆହତ ହୋଇଥିବା ବେଳେ ପୋଲିସ ହେପାଜତରେ ରହି ଏସସିବିରେ ଚିକିତ୍ସିତ ହେଉଛନ୍ତି।

ପୁଅକୁ ୫ ହଜାର ଟଙ୍କା ମାଗିଥିଲେ ହେଲେ ପୁଅ ନଦେବାରୁ ପ୍ରତିଶୋଧ ପରାୟଣ ହୋଇ ପୁଅ-ବୋହୁ ଶୋଇଥିବା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ କବାଟ ବନ୍ଦ କରି ଦେଇଥିଲା ଗୋବର୍ଦ୍ଧନ। ଏହି ସମୟରେ ସୌଭାଗ୍ୟ ବଶତଃ ଦୀନବନ୍ଧୁଙ୍କ ୫ ବର୍ଷର ପୁଅ ରକ୍ଷା ପାଇ ଯାଇଥିଲେ। ତେବେ ଗୋବର୍ଦ୍ଧନ ଘଟଣା ଘଟାଇଥିବା ସ୍ବୀକାର କରିଥିବା ବେଳେ ଆଗକୁ ତଦନ୍ତ ହେଲେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଥିଲେ ଏସିପି ଅରୁଣ କୁମାର ସ୍ବାଇଁ।

Leave A Reply

Your email address will not be published.