ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଓଡ଼ିଶାର ୨ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ମଞ୍ଜୁରୀ

0

ଭୁବନେଶ୍ବର: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବାକୁ ୫୦୯ କୋଟି ମଞ୍ଜୁରୀ କରିଛି ମନ୍ତ୍ରଣାଳୟ। କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ରାଜଆଠଗଡ଼-ରାଧାକିଶୋରପୁର ଓ ମାଛପୁର ମଧ୍ୟରେ ହେବ ଫ୍ଲାଏଓଭର ଏବଂ ରାୟଗଡ଼ାର ସିଙ୍ଗାପୁର ରୋଡ୍ ଷ୍ଟେସନରେ ହେବ ଫ୍ଲାଏଓଭର।

ରେଳବାଇ ଏହାର ବ୍ୟାପକ ଶକ୍ତି, ମିନେରାଲ୍ ଆଣ୍ଡ ସିମେଣ୍ଟ କରିଡର ଯୋଜନାର ଏକ ଅଂଶ ଭାବରେ ଦୁଇଟି ଫ୍ଲାଏଓଭର ନିର୍ମାଣ ପାଇଁ ଏହି ମଞ୍ଜୁର କରିଛି, ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନଗୁଡିକରେ ଯାତାୟାତରେ ଅସୁବିଧା ଦୂର କରିବାକୁ ଲକ୍ଷ୍ୟ ରଖିଛି।
ନିକଟରେ ଓଡ଼ିଶା ଗସ୍ତ ସମୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଦୁଇଟି ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅନୁମୋଦନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ଏହି ପ୍ରକଳ୍ପରେ କଟକ ଜିଲ୍ଲାର ରାଜଆଠଗଡ଼, ରାଧାକିଶୋରପୁର ଏବଂ ମାଛପୁର ରେଳ ଷ୍ଟେସନକୁ ସଂଯୋଗ କରୁଥିବା ୧୦.୮୯ କିଲୋମିଟର ରେଳ ଫ୍ଲାଏ ଓଭର ନିର୍ମାଣ ଅନ୍ତର୍ଭୁକ୍ତ । ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂରକାରୀ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ କରି କାର୍ଯ୍ୟକ୍ଷମ ସହ କ୍ଷମତା ବୃଦ୍ଧି କରିବ । ଏହି ପ୍ରକଳ୍ପ ପାଇଁ ମୋଟ ମୂଲ୍ୟ ୨୬୮.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ସେହିପରି, ରାୟଗଡା ଜିଲ୍ଲାର ସିଙ୍ଗାପୁର ରୋଡ ଷ୍ଟେସନରେ ୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେବ, ଯାହା ରାୟପୁର-ବିଜୟନଗରମ ରେଳ ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ। ଏହି ବିକାଶ ସିଙ୍ଗାପୁର ରୋଡ଼ ଷ୍ଟେସନ ସହ ପାର୍ଶ୍ଵବର୍ତ୍ତୀ ଷ୍ଟେସନରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେବ, କ୍ରସ୍ ଟ୍ରାଫିକ୍ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ଏଡାଇବ । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୩୯.୮୩ କୋଟି ଟଙ୍କା ଅଟେ ।

Leave A Reply

Your email address will not be published.