ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ପାଇଁ ଚାଲିବ ୧୩ ହଜାର ଟ୍ରେନ

0

ନୂଆଦିଲ୍ଲୀ; ଶ୍ରଦ୍ଧାଳୁଙ୍କ ପାଇଁ ବଡ ପଦକ୍ଷେପ ନେଇଛି ରେଳବାଇ ବିଭାଗ। ମହାକୁମ୍ଭ ପାଇଁ ଶ୍ରଦ୍ଧାଳୁଙ୍କ ସୁବିଧା ଦୃଷ୍ଟିରୁ ଚାଲିବ ୧୩ ହଜାର ଟ୍ରେନ। ଏଥିରେ ୩ ହଜାର ସ୍ୱତନ୍ତ୍ର ଓ ୧୦ ହଜାର ନିୟମିତ ଟ୍ରେନ ରହିଛି। ଏଥିରେ ଦେଢରୁ ୨ କୋଟି ଯାତ୍ରୀ ଉପକୃତ ହେବେ।କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାକୁମ୍ଭ ୨୦୨୫ ଲାଗି ରେଳବାଇ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ସେ ରବିବାର ବାରଣାସୀରୁ ଟ୍ରେନ ଯୋଗେ ପ୍ରୟାଗରାଜ ପହଞ୍ଚିଛନ୍ତି।

ପ୍ରୟାଗରାଜ ସ୍ଥିତ ବିଭିନ୍ନ ଷ୍ଟେସନ ନିରୀକ୍ଷଣ କରିବା ପରେ ରେଳମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଗଙ୍ଗା ନଦୀ ଉପରେ ନିର୍ମିତ ପୋଲର ମଧ୍ୟ ନିରୀକ୍ଷଣ କରିଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ଉଦଘାଟନ କରିବେ। ଏଠାରେ ଗଙ୍ଗା ନଦୀ ଉପରେ ପାଖାପାଖି ୧୦୦ ବର୍ଷ ପରେ ପୋଲ ନିର୍ମିତ ହୋଇଛି।

ସେ ଆହୁରି କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଆଜି ୫ଟି ଷ୍ଟେସନ ନିରୀକ୍ଷଣ କରିଛି। ଏହି ସବୁ ଷ୍ଟେସନର ହୋଲ୍ଡିଂ ଏରିଆ ବହୁତ ଭଲ। ଏଣୁ ଶ୍ରଦ୍ଧାଳୁ ଟ୍ରେନ ଆସିବା ପର୍ଯ୍ୟନ୍ତ ଭଲରେ ବସି ଅପେକ୍ଷା କରିପାରିବେ। ହୋଲ୍ଡିଂ ଏରିଆ ଓ ଟିକେଟରେ କଲର କୋଡିଂ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଶ୍ରଦ୍ଧାଳୁ ସହଜରେ ପ୍ଲାଟଫର୍ମକୁ ପହଞ୍ଚି ପାରିବେ ଓ ଉପଯୁକ୍ତ ଟ୍ରେନ ପାଇପାରିବେ। ସବୁ ଷ୍ଟେସନରେ ଗୋଟିଏ ଗୋଟିଏ କଣ୍ଟ୍ରୋଲ ରୁମ ରହିବ ଓ ସବୁ କଣ୍ଟ୍ରୋଲ ରୁମର ମାଷ୍ଟର କଣ୍ଟ୍ରୋଲ ରୁମ ପ୍ରୟାଗରାଜ ଷ୍ଟେସନରେ ରହିବ। ଏଠାରେ ସବୁ ଷ୍ଟେସନର ଲାଇଭ ତଥ୍ୟ ମିଳିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି

ଏଠାରେ ପ୍ରଥମ ଥର ମୋବାଇଲ ୟୁଟିଏସର ଉପଯୋଗ ହେଉଥିବା ସେ କହିଛନ୍ତି। ଏହା ଦ୍ବାରା ମୋବାଇଲ ଉପକରଣ ରଖିଥିବା ବ୍ୟକ୍ତି ଯାତ୍ରୀଙ୍କୁ ଟିକେଟ୍ ଉପଲବ୍ଧ କରାଇ ପାରିବେ। ଏହା ପୂର୍ବରୁ ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ପ୍ରଥମ ଥର ମୋବାଇଲ ୟୁଟିଏସ୍ ବ୍ୟବହାର ହୋଇଥିଲା।

Leave A Reply

Your email address will not be published.