ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଏନ୍‌କାଉଣ୍ଟରରେ ୧୨ ମାଓବାଦୀ ନିହତ

0

ଛତିଶଗଡ: ଛତିଶଗଡର ଦାନ୍ତେୱାଡା ଜିଲା ସୀମାରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ପୁଲିସକୁ ବଡ଼ ସଫଳତା ମିଳିଛି । ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଏପର୍ଯ୍ୟନ୍ତଏନ୍‌କାଉଣ୍ଟରରେ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି।

ମାଓବାଦୀ ବିରୋଧୀ ସର୍ଚ୍ଚ ଅପରେସନରେ ଏସ୍‌ଟିଏଫ୍‌-ସିଆର୍‌ପିଏଫ୍‌ର ମିଳିତ ଟିମ୍‌ ନାରାୟଣପୁର, ଦାନ୍ତେୱାଡା, ଜଗଦଲପୁର, କୋଣ୍ଡାଗାଓନ ଜିଲାର ଡିଆର୍‌ଜି ସହିତ ଦକ୍ଷିଣ ଆବୁଜମାଦ ଅଞ୍ଚଳକୁ ଯାଇଥିଲା। ଏଠାରେ ମାଓବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଗୁରୁବାର ଭୋର ୩ଟାରୁ ମିଳିତ ସୁରକ୍ଷା ବାହିନୀ ଦଳ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଚଳାଇଥିବା ବେଳେ ମାଓବାଦୀମାନେ ତାଙ୍କ ଉପରକୁ ଗୁଳିମାଡ଼ ଆରମ୍ଭ କରିଥିଲେ। ଏଥି ସହିତ ମାଓବାଦୀମାନଙ୍କ ଗୁଳି ବିନିମୟରେ ପୋଲିସ କର୍ମଚାରୀମାନେ ଉପଯୁକ୍ତ ଜବାବ ଦେଉଛନ୍ତି। ସୁରକ୍ଷା ବାହିନୀ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.