ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଗୁକେଶ ଡି

0

ନ୍ୟୁଜ୍ ବ୍ୟୁରୋ: ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଗୁକେଶ ଡି। ଭାରତୀୟ ତାରକା ଗୁକେଶ ଅନ୍ତିମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ୧୪ ରାଉଣ୍ଡ ବିଶିଷ୍ଟ ଏହି ମୁକାବିଲାର ଶେଷ ରାଉଣ୍ଡରେ ଗୁକେଶ ଲାରେନଙ୍କୁ ହରାଇ ଇତିହାସ ରଚିଛନ୍ତି। ଉଭୟେ ୬.୫ ପଏଣ୍ଟ ସହିତ ଫାଇନାଲ୍ ମୁକାବିଲାକୁ ଓହ୍ଲାଇଥିଲେ।

ମ୍ୟାଚ୍ ଡ୍ର ଆଡ଼କୁ ଅଗ୍ରସର ହେଉଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ୫୫ତମ ମୁଭରେ ଭୁଲ କରିଦେଇ ଥିଲେ ଏବଂ ଏଫ-୨ରେ ପହଞ୍ଚିଥିଲେ। ଶେଷ ମୁହୂର୍ତ୍ତରେ ହୋଇଥିବା ଏହି ଭୁଲ ଡିଙ୍ଗ ଲିରେନଙ୍କ ଭାଗ୍ୟକୁ ସିଲ୍ କରି ଦେଇଥିଲା ଏବଂ ଗୁକେଶଙ୍କୁ ଅବିସ୍ମରଣୀୟ ବିଜୟ ଦେଇଥିଲା। ମାତ୍ର ୧୮ ବର୍ଷ ବୟସରେ ଗୁକେଶଙ୍କ ବିଜୟ ଚେସରେ ଏକ ଐତିହାସିକ ମାଇଲଖୁଣ୍ଟ, ଯାହା ତାଙ୍କୁ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ଟାଇଟଲ ଜିତିବାରେ ସର୍ବକନିଷ୍ଠ ଖେଳାଳି ଭାବେ ପରିଗଣିତ କରିଛି। ଏଥିସହିତ ୨୦୧୨ରେ ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଛନ୍ତି।

୫ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ବିଶ୍ୱ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଆନନ୍ଦ ୫ ଥର ବିଶ୍ୱ ଚାମ୍ପିୟନ ହୋଇଥିଲେ। ଶେଷଥରପାଇଁ ସେ ୨୦୧୩ରେ ଏହି ଟ୍ରଫି ଜିତିଥିଲେ। ଟାଇଟଲ ଜିତିବାପରେ ଭାବପ୍ରବଣ ହୋଇ ପଡ଼ିଥିଲେ ଗୁକେଶ। ”ଏହି କ୍ଷଣକୁ ମୁଁ ଗତ ୧୦ ବର୍ଷଧରି ଅପେକ୍ଷା କରିଥିଲି। ଏବେ ତାହା ସାକାର ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ।

Leave A Reply

Your email address will not be published.