ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ରାଷ୍ଟ୍ରପତିଙ୍କ ପାଇଁ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ କଲା ଦୂରଦର୍ଶନ

0

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କରି ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ କଲା ଦୂରଦର୍ଶନ। ଡିଡି ଓଡିଆ ବା ଦୂରଦର୍ଶନ ଟେଲିଭିଜନ ଚ୍ୟାନେଲରେ ପ୍ରଥମ ଥର ପାଇଁ ଗୁରୁବାର ସାନ୍ତାଳୀ ଭାଷାରେ ସମାଚାର ସମ୍ପାଦାନ କରିଛି। ସମାଚାର ପ୍ରସାରିତ ହେବା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି।

ତେବେ ୧୧ ଡିସେମ୍ବର ୨୦୨୪ରେ ଅର୍ଥାତ୍ ଗତକାଲି ପ୍ରଥମ ଥର ପାଇଁ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଡିଡି ଓଡ଼ିଆରେ ସାନ୍ତାଳୀ ନ୍ୟୁଜ୍ ବୁଲେଟିନ୍ ଲଞ୍ଚ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ରାଷ୍ଟ୍ରପତି ଭବନରେ ସାନ୍ତାଳୀ ନ୍ୟୁଜ୍ ବୁଲେଟିନ୍ ଡିଡି ନ୍ୟୁଜରେ ଦେଖି ଖୁସି ବ୍ୟକ୍ତ କରିଛନ୍ତି। ଏଥିସହିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଦୂରଦର୍ଶନକୁ ସାଧୁବାଦ୍ ଜଣାଇଛନ୍ତି।
ଏହି ମୁହୂର୍ତ୍ତଟିକୁ ନେଇ ରାଷ୍ଟ୍ରପତି କହିଛନ୍ତି, ସାନ୍ତାଳୀ ଭାଷା ବୁଝିପାରୁଥିବା ଲୋକମାନେ ନିଜ ଭାଷାରେ ଏବେ ଖବର ଜାଣିପାରିବେ। ଯାହା ସାନ୍ତାଳୀ ସଂସ୍କୃତି ଏବଂ ଭାଷାକୁ ପ୍ରୋତ୍ସାହିତ କରିବ। ଯେଉଁମାନେ ସାନ୍ତାଳୀ ଭାଷା ଛାଡିଲେ ଅନ୍ୟ କେଉଁ ଭାଷା ବୁଝିବା ପାଇଁ ଅସମର୍ଥ ସେମାନେ ଏବେ ଦେଶ ବିଦେଶ ଖବର ନିଜ ଭାଷାରେ ଜାଣିପାରିବେ।

ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢ଼ାଯିବା ନେଇ ରାଷ୍ଟ୍ରପତିଙ୍କ ଇଚ୍ଛା ରହିଥିଲା। ନିକଟ ଅତୀତରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅବସରରେ ଯୋଜ ଦେଇ ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢାଯିବା ନେଇ ଇଚ୍ଛା ପ୍ରକଟ କରିଥିଲେ। ଯାହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଗାମି ୭ ଦିନ ଭିତରେ ଏହା କାର୍ଯ୍ୟକାରୀ ହେବା ନେଇ ଗତ ୭ ତାରିଖରେ ସୂଚନା ଦେଇଥିଲେ। ଆଉ ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିଜର ପୂର୍ବ ପ୍ରତିଶ୍ରୁତିକୁ ପୂରଣ କରିଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.