ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

0

ଭୁବନେଶ୍ବର: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପକ୍ଷରୁ ଆଜି ତାଙ୍କୁ ସମନ ଜାରି କରାଯାଇଛି। ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ସୂଚନା ମିଳିଛି।

ଏଥିପାଇଁ ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଗତ ୧୦ ତାରିଖରେ ସିବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା। ହେଲେ ସେ ଏବେ ପର୍ଯ୍ୟନ୍ତ ହାଜର ହୋଇନଥିବା ସୂଚନା ମିଳିଛି। ପୂର୍ବରୁ ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରକୁ ଘଟଣାରେ ସଂପୃକ୍ତି ନେଇ ସମନ ଜାରି କରାଯାଇଥିଲା। ଅନ୍ୟପକ୍ଷରେ ଏ ପୂରା ଘଟଣାରେ ଏ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ବିଷ୍ଣୁପଦ।

ଏହି ଚିଠିରେ ଲେଖାଯାଇଥିଲା ଯେ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲ୍‌ଟିଡିର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଳ କୁମାର ମୂଖାର୍ଜୀ ଓ ଅନ୍ୟମାନଙ୍କ ନାଁରେ ନୂଆଦିଲ୍ଲୀରେ ସିବିଆଇର ଏସି-ଟୁରେ ମାମଲା ରୁଜୁ ହୋଇଛି। ଏହା ଜଣାପଡ଼ିଛି ଯେ ଆପଣଙ୍କ ପାଖରେ ଏ ମାମଲା ସଂକର୍ପିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି, ଯାହାକୁ ଆପଣଙ୍କଠାରୁ ନିଶ୍ଚିତ କରିବା ଜରୁରୀ। ତେଣୁ ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ଭୁବନେଶ୍ୱରର ନୂଆପଲ୍ଲୀ ସ୍ଥିତ ସିବିଆଇ ଅଫିସକୁ ଆସି ତଦନ୍ତରେ ଯୋଗ ଦେବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଟେଣ୍ଡର ଫିକ୍ସିଂରେ ବ୍ୟୁରୋକ୍ରାଟଙ୍କ ସମ୍ପୃକ୍ତି ସନ୍ଦେହ କରି ସିବିଆଇ ଖୋଳତାଳ କରୁଥିବା ବେଳେ ଏବେ ଏଥିରେ ସଂପୃକ୍ତି ନେଇ ଆଇଏଏସ ବିଷ୍ଣୁପଦ ସେଠୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ସମନ ଜାରି କରାଯାଇଛି। ସିବିଆଇ ଆଇଏଏସ୍ ଶ୍ରୀ ସେଠୀଙ୍କ ଡ୍ରାଇଭରମାନଙ୍କ ତାଲିକା ମାଗିଛି। ଶ୍ରୀ ସେଠୀ ଯେଉଁସବୁ ବିଭାଗ ଦାୟିତ୍ୱରେ ରହିଛନ୍ତି ଓ ତାଙ୍କ ସହ ଯେଉଁ ଡ୍ରାଇଭରମାନେ ରହିଛନ୍ତି, ସେମାନଙ୍କର ସମସ୍ତଙ୍କର ନାମ, ଠିକଣା, ମୋବାଇଲ ନମ୍ବର ଆଦି ଦେବା ପାଇଁ ସିବିଆଇ ଚିଠି ଲେଖିଛି। ଏହା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ ସିବିଆଇ ଦର୍ଶାଇଛି।

Leave A Reply

Your email address will not be published.