ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା

0

ରାୟଗଡ଼ା: ଅଟୋ ଚାଳକଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା। ରାସ୍ତା ମଝିରେ ଅଟୋ ଚାଳକଙ୍କ ଗଳା କାଟିଦେଲେ। ଆଜି ଅପରାହ୍ନରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି। ମୃତ ଅଟୋ ଚାଳକ ବଳରାମ ଖରା ବୋଲି ଜଣାପଡିଛି। ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡ଼ି ଗାଁରେ।

ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଫୁଲଜବା ନିକଟରେ ରାସ୍ତା ପାର୍ଶ୍ୱରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଳରାମଙ୍କର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏବଂ ପରେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେ ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଆର୍‌ଆଇ କଲୋନୀରେ ଘର ଭଡ଼ା ନେଇ ପରିବାର ଲୋକଙ୍କ ସହ ରହୁଥିଲେ। ବଳରାମ କୋରାପୁଟ ଲକ୍ଷ୍ମୀପୁରରୁ ଅଟୋ ନେଇ ନୂଆପଡା ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ଭଡାରେ ନେବାକୁ କହି କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ବିଭତ୍ସ ଭାବେ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave A Reply

Your email address will not be published.