ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ହୋଟେଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

0

ଭୁବନେଶ୍ୱର: ଏକ ତରଫା ପ୍ରେମର କରୁଣ ପରିଣତି। ହୋଟେଲ ଛାତରୁ ଡେଇଁ ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ଓୟୋ ହୋଟେଲ ଛାତରୁ ଡେଇଁପଡି ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ଯୁବକ ନୟାଗଡ ଜିଲାର ଦୀପକ ନାୟକ ବୋଲି ଜଣାପଡିଛି।

ଖବର ଅନୁଯାୟୀ ଦୀପକ ଏକ ଡ୍ୟାନ୍ସ ଗ୍ରୁପ ଚଳାଉଥିଲେ। ସେ ଜଣେ ନୃତ୍ୟଶିଳ୍ପୀଙ୍କ ସହ ଏକପାଖିଆ ପ୍ରେମରେ ପଡ଼ିଥିଲେ। କିନ୍ତୁ ନୃତ୍ୟଶିଳ୍ପୀ ଜଣକ ପ୍ରେମକୁ ପ୍ରତ୍ୟାଖାନ କରିଥିଲେ, ଯାହା ହୁଏତ ତାଙ୍କୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥାଇପାରେ। ଘଟଣା ବିଷୟରେ ସୂଚନା ପାଇ ଭରତପୁର ପୋଲିସ ମୃତଦେହ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ଓୟୋ ହୋଟେଲ ପଛପଟୁ ଯୁବକଙ୍କ ମୃତଦେହ ମିଳିଛି।

Leave A Reply

Your email address will not be published.