ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ଜାନୁଆରୀ ୧୪ରୁ ୨୨ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା

0

କେନ୍ଦ୍ରାପଡା: ଆସନ୍ତା ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା। ତେବେ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ପ୍ରଥମ ମାସରେ କୁମ୍ଭୀର ଗଣନା କରାଯିବ। ଏଥିପାଇଁ ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଭିତରକନିକା କର୍ତ୍ତୃପକ୍ଷ।

ତେବେ ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ। ଶୀତ ଅଧିକ ହେଲେ ଛୋଟରୁ ବଡ ପର୍ଯ୍ୟନ୍ତ ସବୁ କୁମ୍ଭୀର ନଦୀପଠାରେ ଖରା ଖାଇବାକୁ ପଡ଼ି ରହିଥାନ୍ତି। ଭିତରକନିକାର ନଦୀନାଳ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ଆସୁ ନଥିବାରୁ ନଦୀପଠା ବୁଡି ନ ଥାଏ। ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବାକୁ ସୁବିଧା ହୋଇଥାଏ। ମୁଖ୍ୟତଃ ପର୍ଯ୍ୟଟକମାନେ ବୋଟ୍‌ରେ ଆସିବା ସମୟରେ କୁମ୍ଭୀରମାନେ ପଠାରୁ ନଦୀ ଭିତରକୁ ଚାଲି ଯାଆନ୍ତି। ପର୍ଯ୍ୟଟକଙ୍କୁ ବନ୍ଦ କରିବାର ୩ ରୁ ୪ଦିନ ପରେ ଆହୁଲା ମରା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।

Leave A Reply

Your email address will not be published.