ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

କାଳକାଜିରୁ ଆତିଶୀ ଓ ନୂଆ ଦିଲ୍ଲୀରୁ ଲଢ଼ିବେ କେଜ୍ରିଓ୍ୱାଲ୍‌

0

ନୂଆଦିଲ୍ଲୀ; ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆମ ଆଦମୀ ପାର୍ଟି।ଏହି ପର୍ଯ୍ୟାୟରେ ମୋଟ ୩୮ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପୁଣି ଥରେ ଦିଲ୍ଲୀରୁ ନିଜ ଭାଗ୍ୟ ପରୀକ୍ଷା କରିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ସେହିପରି କାଳକାଜିରୁ ମୈଦାନକୁ ଓହ୍ଲାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ସେ ମଧ୍ୟ ପୁଣି ଏଠୁ ହିଁ ନିର୍ବାଚନ ଲଢ଼ିବେ।

ଏହାବ୍ୟତୀତ ପରିବେଶ ମନ୍ତ୍ରୀ ଗୋପାଳ ରାଏ ପୂର୍ବପରି ବାବରପୁରରୁ ପ୍ରତିଦ୍ଵନ୍ଦ୍ଵିତା କରିବେ। ସେହିପରି ସ୍ଵାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ଵାଜ ଗ୍ରେଟର କୈଳାସ ନିର୍ବାଚନମଣ୍ଡଳୀ, ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର ଜୈନ ଶାକୁର ବସ୍ତିରୁ ପ୍ରାର୍ଥୀ ହୋଇଥିବାବେଳେ ମାଲବୀୟନଗରରୁ ସୋମନାଥ ଭାରତୀ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ସେହିପରି ତିଲକ ନଗରରୁ ଜରନୈଲ ସିଂହ ନିର୍ବାଚନ ଲଢ଼ିବେ। ଏହାବ୍ୟତୀତ ସତ୍ୟେନ୍ଦ୍ର କୁମାର ଜୈନ ଶକୁର ବସ୍ତିରୁ, ଓଖଲାରୁ ଅମାନତୁଲ୍ଲା ଖାନ୍‌, ମୁକେଶ କୁମାର ଅହଲାବାତ ସୁଲତାନପୁର ମାଜରାରୁ, ରଘୁବିନ୍ଦର ସୌକିନ ନାଙ୍ଗଲୋଇ ଜାଟରୁ, ସୋମ ଦତ୍ତ ସଦର ବାଜାରରୁ ଓ ଇମ୍ରାନ ହୁସେନ ବଲ୍ଲିମାରାନରୁ ନିର୍ବାଚନ ଲଢ଼ିବେ।

ତେବେ ଦଳ ଆମ୍ ଆଦମୀ ପାର୍ଟିର ବର୍ତ୍ତମାନର ବିଧାୟକ ମଦନ ଲାଲଙ୍କ ଟିକେଟ୍ କାଟିଛି। ତାଙ୍କ ବଦଳରେ କସ୍ତୁରବା ନାଗରରୁ ରମେଶ ପେହଲୱାନଙ୍କୁ ମୈଦାନକୁ ଓହ୍ଲାଇଛି ଦଳ। ରମେଶ ପେହଲୱାନ ଏବଂ ତାଙ୍କ କାଉନସିଲର ପତ୍ନୀ କୁସୁମ ଲତା ଆଜି ହିଁ ବିଜେପି ଛାଡି ଆପ୍‌ରେ ଯୋଗ ଦେଇଥିଲେ।

Leave A Reply

Your email address will not be published.