ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ। ମହୁମାଛିଠୁ ବର୍ତ୍ତିବାକୁ ଦୌଡ଼ିଛନ୍ତି କଂଗ୍ରେସ କର୍ମୀ। ବିଚ୍ ରାସ୍ତା ଉପରେ ମହୁମାଛି ଜୋରଦାର ଆକ୍ରମଣ କରିଛନ୍ତି।
ସୂଚନା ଅନୁଯାୟୀ, ବିଚ୍ ରାସ୍ତା ଉପରେ ମହୁମାଛି ମାନେ ଜୋରଦାର ଆକ୍ରମଣ କରିଛନ୍ତି। ମହୁମାଛିଠୁ ବର୍ତ୍ତିବାକୁ ଦୌଡ଼ିଛନ୍ତି କଂଗ୍ରେସ କର୍ମୀ। ମହୁମାଛି ପାଇଁ ନାକେଦମ୍ ହେଲେ ପୋଲିସ୍ ଏବଂ କଂଗ୍ରେସ କର୍ମୀ। ଏଥିସହ ହଟହଟା ହୋଇଛନ୍ତି ଖବର ସଂଗ୍ରହ କରୁଥିବା ସାମ୍ବାଦିକ।

ତେବେ ୧୦ ଲକ୍ଷ ଲାଞ୍ଚ ଅଭିଯୋଗରେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ର ଓ ଯୁବ କଂଗ୍ରେସ ଆନ୍ଦୋଳନ କରିଥିଲେ। ବିଷ୍ଣୁପଦଙ୍କୁ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ଅପରପକ୍ଷରେ ମହୁମାଛି ଆକ୍ରମଣ ରେ ଛତ୍ର ଭଙ୍ଗ ଦେଇଥିବା କଂଗ୍ରେସ କର୍ମୀ ପରବର୍ତ୍ତୀ ସମୟ ରେ ପୁଣି ଥରେ ରାଜରାସ୍ତାକୁ ଆସି ଆନ୍ଦୋଳନ ଚଳାଇଥିଲେ।

Leave A Reply

Your email address will not be published.