ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ହାତୀ ଦାନ୍ତ ଜବତ ବେଳେ ବନ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ

0

ରାୟଗଡା: ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ବନ ବିଭାଗ ଟିମ୍ ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବାକୁ ଯାଇଥିବା ବେଳେ ବନବିଭାଗ ଟିମ୍‌ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ।

ପୋଲିସ ତଦନ୍ତ କରୁଥିବା ବେଳେ ପୋଲିସ ଉପରକୁ ଗୁଳିକାଡ କରିଥିଲେ ଦାନ୍ତ ତସ୍କର। ବନବିଭାଗ ହାତୀଦାନ୍ତ ଚୋରା ଚାଲାଣ ହେଉଥିବା ସୂଚନା ପାଇଁ ଚଢ଼ାଉ ବେଳେ ଗୁଳିମାଡ଼ କରିଥିଲେ ଚାଲାଣକାରୀ।

ଏଥିପାଇଁ ବନ ବିଭାଗ ଏସ୍‌ଟିଏଫ୍ ସହାୟତାରେ ପାତ୍ରଗୁଡା ନିକଟରୁ ହାତୀଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି। ହାତୀଦାନ୍ତ ଉଦ୍ଧାର କରି ଫେରିବା ବାଟରେ ବନବିଭାଗ ଗାଡି ଉପରକୁ ୪ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିଲେ। ତେବେ ସମସ୍ତ ଗୁଳି ବନବିଭାଗ ଗାଡ଼ିରେ ବାଜିଥିବା ବେଳେ ଗାଡିର କାଚ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି। ଏଥିରେ କୌଣସି ବନକର୍ମଚାରୀ ଆହତ ହୋଇନଥିବା ସୂଚନା ମିଳିଛି।

Leave A Reply

Your email address will not be published.