ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସଡକ ଦୁର୍ଘଟଣାରେ ମା ପୁଅ ଗୁରୁତର, ସାନ ପୁଅ ମୃତ

0

ନୟାଗଡ଼: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ସାନ ପୁଅ ଜୀବନ। ବଡ ପୁଅ ଓ ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ। ବଲାଙ୍ଗୀର ଖୋର୍ଦ୍ଧା ୫୭ନମ୍ବର ଜାତୀୟ ରାଜପଥର ବାଣୀଗୋଛା ଥାନା କୁଲୁରୁକୁମ୍ପା ପଞ୍ଚାୟତର କୁମ୍ଭାରବିଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଧକାରେ ମା’ ଜ୍ୟୋସ୍ନାରାଣୀ ନାୟକ ଏବଂ ୧୨ ବର୍ଷର ବଡ଼ ପୁଅ ଗୁରୁତର ହୋଇଥିବା ବେଳେ ୧୦ ବର୍ଷର ସାନ ପୁଅଙ୍କ ମୃତ୍ୟୁ ଘଟିଛି।

ମା’ ଏବଂ ପୁଅଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବିଲକୁ ଯିବାପାଇ ଜ୍ୟୋସ୍ନାରାଣୀ ୨ ପୁଅଙ୍କ ସହ ଘର ସମ୍ମୁଖରେ ଛିଡା ହୋଇଥିଲେ। ସେତିକିବେଳେ କଟକରୁ ସୋନପୁର ଯାଉଥିବା ଏକ ଓଡ଼ି୦୩ଭି-୭୪୩୦ ନମ୍ବର ବିଶିଷ୍ଟ ଏକ କାର୍‌ ଭାରସାମ୍ୟ ହରାଇ ମା’ ଓ ଦୁଇ ପୁଅଙ୍କୁ ଧକ୍କା ଦେଇଥିଲା। ଫଳରେ ସାନ ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମା’ ଏବଂ ବଡ଼ ପୁଅ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଖବର ପାଇ ବାଣୀଗୋଛା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ କାର୍‌ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.