ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜାକିର ହୁସେନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ; ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ବିପ୍ଳବ ଆଣିଥିବା ଜଣେ ପ୍ରକୃତ ପ୍ରତିଭା ଭାବରେ ତାଙ୍କୁ ସ୍ମରଣ କରାଯିବ।

ହୁସେନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ମୋଦୀ ଲେଖିଛନ୍ତି, ‘‘କିମ୍ବଦନ୍ତୀ ତବଲା ମାଷ୍ଟ୍ରୋ, ଉସ୍ତାଦ୍ ଜାକିର ହୁସେନ୍ ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ତାଙ୍କୁ ଜଣେ ପ୍ରକୃତ ପ୍ରତିଭା ଭାବରେ ସ୍ମରଣ କରାଯିବ। ଯିଏ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ବିପ୍ଳବ ଆଣିଥିଲେ। ସେ ତାଙ୍କର ଅପୂର୍ବ କଳାରେ  ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରି ତାବଲାକୁ ବିଶ୍ୱ ସ୍ତରରେ ପରିଚିତ କରାଇଥିଲେ।

ଏହାରି ମାଧ୍ୟମରେ ସେ ଭାରତୀୟ ଶାସ୍ତ୍ରୀୟ ପରମ୍ପରାକୁ ବିଶ୍ୱ ସଙ୍ଗୀତ ସହିତ ନିରବଚ୍ଛିନ୍ନ ଭାବରେ ମିଶ୍ରଣ କଲେ, ଯାହା ଫଳରେ ତବଲା ସାଂସ୍କୃତିକ ଏକତାର ଆଇକନ୍ ହୋଇଗଲା। ତାଙ୍କର ପ୍ରଦର୍ଶନ ସଂଗୀତପ୍ରେମୀଙ୍କ ପାଇଁ ପ୍ରେରଣା ଯୋଗାଇବ। ତାଙ୍କ ପରିବାର, ବନ୍ଧୁ ଏବଂ ବିଶ୍ୱ ସଂଗୀତ ସମ୍ପ୍ରଦାୟକୁ ମୋର ହୃଦୟରୁ ସମବେଦନା।’’

ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି। ପରିବାର ଲୋକେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଭାରତୀୟ ସମୟ ଅନୁସାରେ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। 

Leave A Reply

Your email address will not be published.