ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସୋଆରେ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ ଆରମ୍ଭ

0

ଭୁବନେଶ୍ୱର, ଡିସେମ୍ବର ୧୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆରମ୍ଭ ହୋଇଛି। ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ଟି ଦେଶରୁ ପ୍ରାୟ ୭୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି।
ଏହି ଟୁର୍ଣ୍ଣାମେଂଟ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ବୟସର ଖେଳାଳୀମାନେ ଆଗ୍ରହର ସହ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ଏହାକୁ ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମ ବୋଲି ଅଭିହିତ କରିବା ସହ ଏହା ସାହାଯ୍ୟରେ ଚେସ୍ ଖେଳକୁ ଅଧିକ ଲୋକାଭିମୁଖୀ କରିହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।
ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ସୋଆ, ରୋଟାରୀ ଇନ୍‌ଟରନ୍ୟାସ୍‌ନାଲ ଏବଂ ଏମ୍‌ପ୍ରିଓ ଗ୍ରୁପ୍‌ର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ବେଳେ ଏହି ଟୁର୍ଣ୍ଣାମେଂଟରେ ମୋଟ ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ରଖାଯାଇଛି ।
‘ଏ’ କ୍ୟାଟେଗୋରୀରେ ୧୯୦୦ କିମ୍ବା ତଦୁର୍ଦ୍ଧ ଏଲୋ ରେଟିଂ ଥିବା ପ୍ରାୟ ୧୨୦ ଜଣ ଖେଳାଳୀ ଭାଗ ନେଇଥିôବା ବେଳେ କ୍ୟାଟେଗୋରୀ ‘ବି’ରେ ୧୯୦୦ ରୁ କମ୍ ଏଲୋରେଟିଂ ଥିବା ଖେଳାଳୀ ଏବଂ କ୍ୟାଟେଗୋରୀ ‘ସି’ରେ ୧୬୦୦ରୁ କମ୍ ଏଲୋରେଟିଂ ଥିବା ଖେଳାଳୀ ସାମିଲ ହୋଇଛନ୍ତି।
କ୍ୟାଟେଗୋରୀ ‘ଏ’ର ମୋଟ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ସର୍ବାଧିକ ପୁରସ୍କାର ସାଢ଼େ ୫ ଲକ୍ଷ ଟଙ୍କା ରଖାଯାଇଛି। ସେହିପରି କ୍ୟାଟେଗୋରୀ ‘ବି’ ଏବଂ କ୍ୟାଟେଗୋରୀ ‘ସି’ ନିମନ୍ତେ ସାଢ଼େ ସାତ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରଖାଯାଇଛି।
ସୋଆର ଦ୍ୱିତୀୟ କ୍ୟାମ୍ପସ୍‌ରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଂଟର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ବାବୁ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଂଟର ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ ତଥା ଏମ୍ପ୍ରିଓ ଗ୍ରୁପ୍‌ର ନିର୍ଦ୍ଦେଶକ ଡାକ୍ତର ଅବିନାଶ ସାମଲ, ଟୁ୍‌ର୍ଣ୍ଣାମେଂଟର ଅର୍ଗାନାଇଜିଂ କମିଟିର ସହ ଅଧ୍ୟକ୍ଷ ତଥା ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏଓସିଓର ସଚିବ ତଥା ଟୁର୍ଣ୍ଣାମେଂଟର ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ମିଶ୍ର ଏବଂ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ଉପସ୍ଥିତ ଥିଲେ।

Leave A Reply

Your email address will not be published.