ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଶୀତରେ ଥରୁଛି ଓଡିଶା

0

୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ଶୀତରେ ଥରୁଛି ଓଡିଶା। ରାଜ୍ୟରେ ଶିତ ଲହରୀ ସମସ୍ତଙ୍କୁ ଅତିଷ୍ଠ କରୁଛି। ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ସାରା ରାଜ୍ୟରେ ଆହୁରି ୨୪ ଘଣ୍ଟା ଯାଏ ଲାଗି ରହିବ ଶୀତ ଲହରୀ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ହେଲେ ତାପମାତ୍ରା ବୃଦ୍ଧି ପାଇବା ସହ କମିବ ଶୀତ ପ୍ରକୋପ। ଏନେଇ ଜାରି ହୋଇଛି କୋଲଡ ୱେଭ ଚେତାବନୀ। ଆସନ୍ତାକାଲି ପର୍ଯ୍ୟନ୍ତ ଶୀତ ଲହରି ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଓ କନ୍ଧମାଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି। ଏହାସହ ଆହୁରି ଦୁଇଦିନ ଯାଏ ଘନ କୁହୁଡିର ଚେତାବନୀ ମଧ୍ୟ ଦିଆଯାଇଛି। ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ବିଭାଗ ସୂଚନା ଦେଇଛି।
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା। ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଧୀରେ ଧୀରେ ବଢୁଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ସପ୍ତାହେ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ମୁଖ୍ୟତଃ ପାଗ ଶୁଖିଲା ରହିବ। ତା’ସହ ଶୀତ ମଧ୍ୟ ବଢ଼ିବ। ବିଶେଷ କରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ୯ ଡିଗ୍ରୀ ଯାଏଁ ପାରଦ ରହିପାରେ।

Leave A Reply

Your email address will not be published.