ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସଂସଦରେ ଆଗତ ହେଲା ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ବିଲ୍

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର ଲୋକ ସଭାରେ ‘‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ବିଲ୍ ଆଗତ କରିଛନ୍ତି। ପ୍ରବଳ ହଙ୍ଗାମା ମଧ୍ୟରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଆଜି ଏହି ବିଧେୟକକୁ ଲୋକସଭାରେ ଆଗତ କରିଛନ୍ତି। ବିଲ୍‌ ଆଗତ ହେବା ପରେ ଏହାକୁ ନେଇ ଲୋକସଭାରେ ଆରମ୍ଭ ହୋଇଛି ପ୍ରବଳ ହଟ୍ଟଗୋଳ। ବିପକ୍ଷ ନେତା ଏହାକୁ ତୀବ୍ର ବିରୋଧ କରିଛନ୍ତି।

ଏହି ବିଲ୍‌କୁ କଂଗ୍ରେସ, ଟିଏମ୍‌ସି, ସମାଜବାଦୀ ପାର୍ଟି ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌ର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏକ ନୂତନ ସମ୍ବିଧାନ ଆଣିବା। ସମ୍ବିଧାନରେ ସଂଶୋଧନ କରିବା ଗୋଟିଏ କଥା, କିନ୍ତୁ ଏକ ନୂତନ ସମ୍ବିଧାନ ଆଣିବା ଆରଏସଏସ ଏବଂ ପିଏମ ମୋଦିଙ୍କ ଅସଲ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ସେହିପରି ସମାଜବାଦୀ ପାଟି ଏମ୍‌ପି ଧର୍ମେନ୍ଦ୍ର ଯାଦବ କହିଛନ୍ତି ଯେ ଏହି ବିଲ ମୁସଲମାନ ବିରୋଧୀ। ମୁଁ ଏହି ବିଲକୁ ବିରୋଧ କରୁଛି।

କିଛି ଦିନ ତଳେ ଏକକ ନିର୍ବାଚନ ବିଲ୍‌କୁ ମିଳିଥିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ଆଜି ବିଲ୍ ଆଗତ ହୋଇଥିବା ବେଳେ ପରେ ଏହା ଜଏଣ୍ଟ ପାର୍ଲାମେଣ୍ଟାରି କମିଟିକୁ ପଠାଯାଇପାରେ। ଜେପିସିରେ ଥିବା ସବୁ ରାଜନୀତିକ ଦଳର ସଦସ୍ୟ ଏହା ଉପରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପ୍ରସ୍ତାବ ଦେବେ। ବିଧେୟକ ପାରିତ ହେବା ନିମନ୍ତେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇଥିବାରୁ ବିଜେପି ନିଜ ଦଳର ସମସ୍ତ ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛି।

Leave A Reply

Your email address will not be published.