ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଶଙ୍ଖ ଛାଡି ପଦ୍ମ ଧରିଲେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି

0

ଜୟପୁର: ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି। ସେ ବିଜେଡି ଛାଡ଼ି ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ୧୪ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ମିଶିଥିବା ଜଣାଯାଇଛି। ସେହିପରି ଯାଜପୁରର ପ୍ରଣବ ପ୍ରକାଶ ଦାସଙ୍କ ଅଞ୍ଚଳର ମଧ୍ୟ ଏକାଧିକ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚମାନେ ବିଜେପିରେ ସାମିଲ ହୋଇଛନ୍ତି। ମୋଟ ୧୪୮ ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚ ଏବଂ ବିଜେଡି ଓ କଂଗ୍ରେସ କର୍ମୀ ପଦ୍ମ ଧରିଛନ୍ତି।

କୋରାପୁଟର ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲିଙ୍କ ନେତୃତ୍ୱରେ ସରପଂଚ ଆନନ୍ଦ ହାଲୁଆ, ଟଙ୍କଧର ହାଲୁଆଙ୍କ ସମେତ ୧୩ ସରପଞ୍ଚ, ୧୪ ସମିତି ସଭ୍ୟ ଓ ୧୧ ଜଣ ଏସ୍‌ଡିସି (ସ୍ପେଶାଲ ଡେଭଲପମେଂଟ୍ କାଉନ୍‌ସିଲ) ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କଟକ ଜିଲା ବିଜେଡି ଉପସଭାପତି ତଥା ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଆତ୍ମା କମିଟି ଅଧ୍ୟକ୍ଷ ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ସରପଞ୍ଚ ପ୍ରତିମା ମଲ୍ଲିକଙ୍କ ୱାର୍ଡ ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ ସାହୁ, ଗୋବିନ୍ଦ ଚନ୍ଦ୍ର ବେହେରା, ରୀନା ସ୍ୱାଇଁ ସମେତ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ବିଜେପିରେ ଯୋଗଦେଇଛନ୍ତି। ଯାଜପୁର ଜିଲାର ଚିଟାଳୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିଲୀପ ମହାନ୍ତି, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ନିରୁପମା ସେଠୀଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମଲ ହୋଇଛନ୍ତି। ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।

Leave A Reply

Your email address will not be published.