ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ରୁଷିଆରେ ଡ୍ରୋନ ଆକ୍ରମଣ

0

କାଜାନ: ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍‌ ଆକ୍ରମଣ ହୋଇଛି। ୟୁକ୍ରେନ୍‌ ତରଫରୁ ଏହି ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଫଳରେ ଶିଶୁଙ୍କ ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଗୁରୁତର ରହିଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ଏହି ଡ୍ରୋନ୍‌ ଆକ୍ରମଣ ମସ୍କୋର ପ୍ରାୟ ୮୦୦ କିଲୋମିଟର ପୂର୍ବରେ ଅବସ୍ଥିତ କଜାନ ସହରର ଅନେକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛି। ସୋସିଆଲ ମିଡିଆରେ ଭିଡିଓଗୁଡ଼ିକ ଭାଇରାଲ ହେଉଛି। ଏଥିରେ ଏକ ଡ୍ରୋନ୍‌ ବଡ଼ ବିଲ୍ଡିଂରେ ମାଡ଼ ହେଉଥିବାର ଦେଖିବାକୁ ମିଳିଛି। ପରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣ ପରେ କଜାନ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏହି ଆକ୍ରମଣ ସମୟରେ କମ୍‌ଲିଭ ଆଭିଏନ୍ସ, କ୍ଲାରା ଜେଟକିନ, ୟୁକୋଜିନସ୍କାୟା, ହାଡି ଟାକ୍ଟାସ, କ୍ରାସନାୟା ପୋଜିଟିଆ ଏବଂ ଓରେନବର୍ଗସ୍କି ଟ୍ରାକ୍ଟ ରାସ୍ତାରେ ଥିବା ବିଲ୍ଡିଂଗୁଡ଼ିକୁ ଟାର୍ଗେଟ କରାଯାଇଥିଲା ବୋଲି ଏପିଏ ସୂଚନା ଦେଇଛି।

ଅନ୍ୟପଟେ କାଜାନର ମେୟାର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଡ୍ରୋନ୍‌ ଆକ୍ରମଣ ଯୋଗୁ ସୋଭେତ୍ସକି, କିରୋସ୍କି ଓ ପ୍ରିଭୋଲଜସ୍କି ତିନୋଟି ଜିଲ୍ଲାର ଘରଗୁଡିକରେ ନିଆଁ ଲାଗି ଯାଇଛି। ଲୋକେ ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଥିସହ ଅନେକ ମୃତାହତ ହୋଇଥିବା କୁହାଯାଉଛି।

ଆଗାମୀ ଦୁଇ ଦିନ ପାଇଁ କଜାନ ସହରରେ ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଛି। ରୁଷିଆର ଏହି ସହର ସବୁଠାରୁ ସୁରକ୍ଷିତ ସହର ଭାବରେ ପରିଗଣିତ ହୁଏ। ଏଠାରେ ନିକଟରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା, ୟୁକ୍ରେନ ଫିକ୍ସଡ୍‌ ଓ୍ବିଙ୍ଗ ବ୍ୟବହାର କରି ରୁଷିଆରେ ଆତଙ୍କବାଦୀ ଆକ୍ରମଣକୁ ଖଣ୍ଡନ କରିଛି। ରୁଷିଆ କହିଛି, ବାୟୁସେନା ୧୯ଟି ୟୁକ୍ରେନ ଡ୍ରୋନ୍‌କୁ ଧ୍ୱଂସ କରିଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ବିବୃତ୍ତି ପରେ କଜାନ ସହର ଉପରେ ଆକ୍ରମଣ କରାଯାଇଛି।

Leave A Reply

Your email address will not be published.