ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଲାଞ୍ଚ ନେଇ ଧରା ପଡିଲେ ସୁବର୍ଣ୍ଣପୁର ଜିଏମ୍‌ ଡିଆଇସି

0

ସୁବର୍ଣ୍ଣପୁର: ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ବିପିନ କୁମାର ଦେହୁରୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଦେହୁରୀ ତାଙ୍କ ସୁବର୍ଣ୍ଣପୁର ସହରସ୍ଥିତ ଅଫିସ ପ୍ରକୋଷ୍ଠରେ ଜଣେ ବ୍ୟକ୍ତିଙ୍କ ଠାରୁ ଲୋନ୍ ମଞ୍ଜୁର କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ,ତରଭା ଅଞ୍ଚଳର ସୁନିଲ ମିଶ୍ର ଭାରତ ସରକାରଙ୍କ ପିଏମ୍‌ଇଜିପିରେ ବ୍ୟାଙ୍କ୍‌ରୁ ଋଣ ନେଇ ରୋଜଗାରକ୍ଷମ ହେବା ପାଇଁ ଅନଲାଇନରେ ଆବେଦନ କରିଥିଲେ। ଋଣ ମଞ୍ଜୁର ପାଇଁ ସୁନିଲଙ୍କ ଦରଖାସ୍ତକୁ ଜିଏମ୍‌ ଡିଆଇସି ଦେହୁରୀ ବ୍ୟାଙ୍କକୁ ପଠାଇବାର ଥିଲା। ତେବେ ଋଣ ଆବେଦନକୁ ବ୍ୟାଙ୍କକୁ ପଠାଇବା ପାଇଁ ଦେହୁରୀ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସୁନିଲ ଏହି ସମ୍ପର୍କରେ ଶୁକ୍ରବାର ସୁବର୍ଣ୍ଣପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁସାରେ ସୁନିଲ ଶନିବାର ସାଧାରଣ ପରିଚାଳକଙ୍କ ପ୍ରକୋଷ୍ଠକୁ ଆସିଥିଲେ। ସେ ସାଧାରଣ ପରିଚାଳକଙ୍କୁ ରାସାୟନିକ ପ୍ରେଲେପ ଦିଆ ୫ହଜାର ଟଙ୍କା ପ୍ରଦାନ କରିଥିଲେ। ଦେହୁରୀ ଉକ୍ତ ଟଙ୍କାକୁ ଏକ ପେପରରେ ଗୋଡାଇ ରଖିଥିଲେ। ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗର କର୍ମଚାରୀ ଦେହୁରୀଙ୍କୁ କାବୁ କରି ନେଇଥିଲେ। ତାଙ୍କ ନିକଟରୁ ୧୦ଟି ୫୦୦ଟଙ୍କିଆ ନୋଟ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଉଦ୍ଧାର କରାଯାଇଛି। ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି ରୀତାଞ୍ଜଳି ପଧାନଙ୍କ ନେତୃତ୍ୱରେ ଟିମ୍‌ ସୁବର୍ଣ୍ଣପୁର ଅଫିସ ଓ ଭଡା ଘରେ ଚଢାଉ କରିଛି।

ଏଥିସହ ସାଧାରଣ ପରିଚାଳକଙ୍କ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ସହର ପ୍ରେସ କଲୋନିସ୍ଥିତ ଭଡା ଘର ଓ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜୟରାମପୁରସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ କରାଯାଇଛି। ସୁବର୍ଣ୍ଣପୁର, ବରଗଡ଼ ଓ ବାଲେଶ୍ୱର ଭିଜିଲାନ୍ସ ବିଭାଗର ୩ଟି ଟିମ୍‌ ଏହି ଚଢାଉରେ ସାମିଲ ହୋଇଛନ୍ତି। ଏହା ସହ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ ୩୨/୨୪) ରୁଜୁ କରାଯାଇଛି।

Leave A Reply

Your email address will not be published.