ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ରୁଷିଆରେ ଡ୍ରୋନ ଆକ୍ରମଣ

0

କାଜାନ: ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍‌ ଆକ୍ରମଣ ହୋଇଛି। ୟୁକ୍ରେନ୍‌ ତରଫରୁ ଏହି ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଫଳରେ ଶିଶୁଙ୍କ ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଗୁରୁତର ରହିଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ଏହି ଡ୍ରୋନ୍‌ ଆକ୍ରମଣ ମସ୍କୋର ପ୍ରାୟ ୮୦୦ କିଲୋମିଟର ପୂର୍ବରେ ଅବସ୍ଥିତ କଜାନ ସହରର ଅନେକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛି। ସୋସିଆଲ ମିଡିଆରେ ଭିଡିଓଗୁଡ଼ିକ ଭାଇରାଲ ହେଉଛି। ଏଥିରେ ଏକ ଡ୍ରୋନ୍‌ ବଡ଼ ବିଲ୍ଡିଂରେ ମାଡ଼ ହେଉଥିବାର ଦେଖିବାକୁ ମିଳିଛି। ପରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣ ପରେ କଜାନ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏହି ଆକ୍ରମଣ ସମୟରେ କମ୍‌ଲିଭ ଆଭିଏନ୍ସ, କ୍ଲାରା ଜେଟକିନ, ୟୁକୋଜିନସ୍କାୟା, ହାଡି ଟାକ୍ଟାସ, କ୍ରାସନାୟା ପୋଜିଟିଆ ଏବଂ ଓରେନବର୍ଗସ୍କି ଟ୍ରାକ୍ଟ ରାସ୍ତାରେ ଥିବା ବିଲ୍ଡିଂଗୁଡ଼ିକୁ ଟାର୍ଗେଟ କରାଯାଇଥିଲା ବୋଲି ଏପିଏ ସୂଚନା ଦେଇଛି।

ଅନ୍ୟପଟେ କାଜାନର ମେୟାର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଡ୍ରୋନ୍‌ ଆକ୍ରମଣ ଯୋଗୁ ସୋଭେତ୍ସକି, କିରୋସ୍କି ଓ ପ୍ରିଭୋଲଜସ୍କି ତିନୋଟି ଜିଲ୍ଲାର ଘରଗୁଡିକରେ ନିଆଁ ଲାଗି ଯାଇଛି। ଲୋକେ ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଥିସହ ଅନେକ ମୃତାହତ ହୋଇଥିବା କୁହାଯାଉଛି।

ଆଗାମୀ ଦୁଇ ଦିନ ପାଇଁ କଜାନ ସହରରେ ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଛି। ରୁଷିଆର ଏହି ସହର ସବୁଠାରୁ ସୁରକ୍ଷିତ ସହର ଭାବରେ ପରିଗଣିତ ହୁଏ। ଏଠାରେ ନିକଟରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା, ୟୁକ୍ରେନ ଫିକ୍ସଡ୍‌ ଓ୍ବିଙ୍ଗ ବ୍ୟବହାର କରି ରୁଷିଆରେ ଆତଙ୍କବାଦୀ ଆକ୍ରମଣକୁ ଖଣ୍ଡନ କରିଛି। ରୁଷିଆ କହିଛି, ବାୟୁସେନା ୧୯ଟି ୟୁକ୍ରେନ ଡ୍ରୋନ୍‌କୁ ଧ୍ୱଂସ କରିଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ବିବୃତ୍ତି ପରେ କଜାନ ସହର ଉପରେ ଆକ୍ରମଣ କରାଯାଇଛି।

Leave A Reply

Your email address will not be published.