ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି

0

ଭୁବନେଶ୍ବର; ‘ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି। ଥରେ ନୁହେଁ ଦୁଇ ଦୁଇ ଥର ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି।’ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଠକ ସଂସ୍ଥା ମାନଙ୍କଠାରୁ କିଏ ନା କିଏ ଠକେଇର ଶିକାର ହୋଇଛନ୍ତି। ବିଭିନ୍ନ ଲୋଭ ଦେଖାଇ ଟଙ୍କା ରଖିବାକୁ ରାଜି କରାଉଥିଲେ, ପରେ ଠକାମୀରେ ଶିକାର ହେବାକୁ ପଡ଼ୁଥିଲା। ମୁଁ ୧୯୯୦ ଥରେ ଏବଂ ୨୦୦୨ରେ ଥରେ ଠକେଇର ଶିକାର ହୋଇଛି। ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥା ଠକିଥିଲେ ମୋତେ। ଟଙ୍କା ଯୋଗାଡ଼ କରି ଦେଲି, ହେଲେ ପରେ ଦେଖିଲି ସଂସ୍ଥା ନାହିଁ । ୧୯୮୬ ଆଇନ ଅନୁସାରେ ଅପିଲ୍‌ ବି କରିଥିଲି, ମାତ୍ର ଟଙ୍କା ମିଳିଲା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ,ଠକ ସଂସ୍ଥାମାନଙ୍କୁ ଉତ୍ତର ଦାୟୀ କରିବା ପାଇଁ ୧୯୮୬ ମସିହାରେ ଯେଉଁ ଆଇନ ତିଆରି ହେଇଥିଲା ସେଥିରେ ବହୁତ ଗଳା ବାଟ ଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଳାବାଟକୁ ବନ୍ଦ କରିଦେଲେ। ଆଇନରେ ବିଭିନ୍ନ ଷ୍ଟେକ୍‌ ହୋଲଡରଙ୍କ ସହ ଆଲୋଚନା କରିବା ପରେ ସଂସଦରେ ନୂଆ ‘ଉପଭୋକ୍ତା ଆଇନ ୨୦୧୯’ ଆଲୋଚନା ହେଲା। ପରେ ଏହି ଆଇନ ସଂସଦରେ ପାରିତ ହେଲା। ୨୦୨୦ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତି ଦ୍ୱାରା ସ୍ୱାକ୍ଷରିତ ହେବା ପରେ ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋଦିଙ୍କ ଦିଗଦର୍ଶନରେ ଏହି ଗଳା ବାଟ ବନ୍ଦ ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାହକଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି। ଏହି ଅଧିନିୟମ ଅନୁଯାୟୀ, ଯେକୌଣସି ଗ୍ରାହକ ଅନ୍ୟାୟ ବାଣିଜ୍ୟ ଉପରେ ଅଭିଯୋଗ କରିପାରିବେ। ଏଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଛି। ପୂର୍ବରୁ ବ୍ୟବସାୟ କାରବାରରେ ଅନେକ ହେର୍‌ଫେର୍‌ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ଅଧିନିୟମ ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.