ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ପତ୍ନୀକୁ ହତ୍ୟା ପରେ ନିଜ ବେକ କାଟିଲା ସ୍ୱାମୀ

0

କଟକ: କଟକରେ ଚାଞ୍ଚଲ୍ୟ। ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଘଟିଛି କଟକ ଜିଲା ଲାଲ୍‌ବାଗ ଥାନା ସିଦ୍ଧେଶ୍ବରସାହିରେ। ମୃତ ବ୍ୟକ୍ତି କଟକସ୍ଥିତ ସାଇବର ପୋଲିସ ଷ୍ଟେସନରେ ଜଣେ କନଷ୍ଟେବଳ ଥିଲେ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗୁରତର ସ୍ୱାମୀଙ୍କୁ ଏସସିବି ମେଡିକାଲ କାଜୁଏଲଟିରେ ଭର୍ତ୍ତି କରାଯାଇଛି।

ମୃତ ମହିଳା ଜଣକ ବିଷ୍ନୁପ୍ରିୟ ମଲ୍ଲିକ (୩୦) ଏବଂ ଅଭିଯୁକ୍ତ ଜଣକ ବିଶ୍ୱଜିତ ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ବିଶ୍ୱଜିତ୍ ଏବଂ ବିଷ୍ନୁପ୍ରିୟ ୨୦୧୯ ରେ ବିବାହ କରିଥିଲେ। ପରେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ସ୍ୱାମୀ ଓ ସ୍ତ୍ରୀ ଗତ ତିନି ବର୍ଷ ଧରି କଟକସ୍ଥିତ ସିଦ୍ଧେଶ୍ୱର ସାହିରେ ଏକ ଭଡା ଘରେ ରହୁଥିଲେ। ଦମ୍ପତିଙ୍କ ୫ ବର୍ଷର ଝିଅ ଟିଏ ଅଛି।

ପ୍ରାଥମିକ ଅନୁସନ୍ଧାନରୁ ଏହା ଜାଣିବାକୁ ମିଳିଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବିଶ୍ୱଜିତ ଏକ ତୀକ୍ଷ୍ଣ ଅସ୍ତ୍ର ସାହାଯ୍ୟରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ତେବେ ଏହି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜକୁ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲା। ସେ ନିଜ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ତେବେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଟକସ୍ଥିତ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.