ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୂର୍ବତନ ରାଜ୍ୟପାଳ

0

ପୁରୀ: ରାଜ୍ୟପାଳ ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହା ପରେ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ଭାଜପାର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ତାକୁ ଗ୍ରହଣ କରିବି।

ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ। ଦର୍ଶନ କରିବା ପରେ ପୂର୍ବତନ ରାଜ୍ୟପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ମୁଁ ଅତ୍ୟନ୍ତ ସୌଭଗ୍ୟଶାଳୀ ଯେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଦୀର୍ଘ ୧୪ ମାସ କାର୍ଯ୍ୟ କରିବାର ସୁଯୋଗ ପାଇଲି। ତେବେ ଓଡ଼ିଶାର ଲୋକଙ୍କ ସହ ଏହାରି ଭିତରେ ଯେଉଁ ସମ୍ପର୍କ ସୃଷ୍ଟି ହୋଇଛି ତାହା ସାରା ଜୀବନ ସ୍ମୃତି ହୋଇ ରହିବ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ବେଶ ସମୃଦ୍ଧ। ଓଡ଼ିଶା ଲୋକ ବହୁତ ସ୍ୱାଭିମାନୀ। ଆଗାମୀ ୨୦୩୬ ମସିହାରେ ଓଡ଼ିଶାର ଗଠନ ୧୦୦ ବର୍ଷ ପୂରଣ କରିବ। ଓଡ଼ିଶାର ନୂଆ ସରକାର ଯେଭଳି ବିକାଶ କାର୍ଯ୍ୟ ଆରମ୍ଭ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୩୬ ସୁଦ୍ଧା ଓଡ଼ିଶା ଏକ ବିକଶିତ ରାଜ୍ୟ ଭାବେ ପରିଗଣିତ ହେବ।”

ସେହିପରି ନିଜ ଆଗାମୀ ଭୂମିକା କ’ଣ ହେବ ତାହା ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ରଘୁବର ଦାସ। ଏଥିସହ ଦଳ ଯେଉଁ ଦାୟିତ୍ୱ ଦେବ ନିର୍ବାହ କରିବି ବୋଲି ସେ କହିଛନ୍ତି। ୧୯୮୦ ମସିହାରୁ ମୁଁ ଦଳର ସଦସ୍ୟ ଭାବେ କାମ କରି ଆସୁଛି। “ମୁଁ ପାର୍ଟିର ଜଣେ ସାଧାରଣ କର୍ମୀ। ଦଳ ମୋତେ ଯାହା ଦାୟିତ୍ଵ ଦେବ ମୁଁ କରିବି । ମୁଁ ଜଣେ ସାଧାରଣ ଦିନ ମଜୁରିଆ ପରିବାରରୁ ଆସିଛି । ଦଳ ମୋତେ ବହୁତ କିଛି ସୁଯୋଗ ଦେଇଛି। ମୁଁ ଝାଡ଼ଖଣ୍ଡର ସେବା କରିଛି। ଦଳର ସଂଗଠନ ବୃଦ୍ଧି ପାଇଁ କାର୍ଯ୍ୟ କରିଛି। ଏଣୁ ଆଗାମୀ ଦିନରେ ଦଳ ମୋତେ ଯାହା ଦାୟିତ୍ଵ ଦେବ ତୁଲାଇବି।”
ଗତବର୍ଷ ଅକ୍ଟୋବର ୧୮ତାରିଖରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ମାତ୍ର ପୁଅଙ୍କ ବିବାଦୀୟ କାର୍ଯ୍ୟ ପାଇଁ ରଘୁବର ବିବାଦଘେରକୁ ଆସିଥିଲେ। ଜଣେ ଓଡ଼ିଆ ଏଏସଓଙ୍କ ପ୍ରତି ରାଜ୍ୟପାଳଙ୍କ ପୁଅର ଅମାନବୀୟ ଆଚରଣକୁ ନେଇ ରାଜ୍ୟର ବିଜେପି ସରକାରକୁ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା। ଝାଡ଼ଖଣ୍ଡରେ ବିଜେପିର ପରାଜୟ ପଛରେ ରଘୁବର ଦାସ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ମୂଳକାରଣ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ତାଙ୍କ ଇସ୍ତଫା ଦେବା ପଛର ପ୍ରକୃତ କାରଣ ଜଣାପଡ଼ିନି।

Leave A Reply

Your email address will not be published.