ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଲ୍ୟାଣ୍ଡିଂ ବେଳେ ବିମାନ ଦୁର୍ଘଟଣା

0

କାଜାଖସ୍ତାନ: ବଡ଼ ଦିନରେ ବଡ଼ ଅଘଟଣ। ଅବତରଣ ପୂର୍ବରୁ କ୍ରାସ ହୋଇଗଲା ଯାତ୍ରୀବାହୀ ବିମାନ। କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ବିମାନରେ ପ୍ରାୟ ୭୨ ଯାତ୍ରୀ ଥିଲେ। ଅକତାଉ ବିମାନବନ୍ଦର ନିକଟରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି କ୍ରାସ୍‌ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସ ବୋଲି ଜଣାପଡିଛି। ଅନେକ ମୃତାହତ ନେଇ ଆଶଙ୍କା କରାଯାଉଛି।

୭୨ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା। ଜରୁରୀ ଅବତରଣ ମାଗିବାର କିଛି ସମୟ ପୂର୍ବରୁ ହିଁ କ୍ରାସ ହୋଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ। ଆଶଙ୍କା କରାଯାଉଛି ଅନେକ ମୃତାହତ ହୋଇଥାଇ ପାରନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେଉଁ କାରଣରୁ ବିମାନଟି କ୍ରାସ ହେଲା ତାହାର ମଧ୍ୟ ଯାଞ୍ଚ କରାଯାଉଛି।

Leave A Reply

Your email address will not be published.