ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଲ୍ୟାଣ୍ଡିଂ ବେଳେ ବିମାନ ଦୁର୍ଘଟଣା

0

କାଜାଖସ୍ତାନ: ବଡ଼ ଦିନରେ ବଡ଼ ଅଘଟଣ। ଅବତରଣ ପୂର୍ବରୁ କ୍ରାସ ହୋଇଗଲା ଯାତ୍ରୀବାହୀ ବିମାନ। କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ବିମାନରେ ପ୍ରାୟ ୭୨ ଯାତ୍ରୀ ଥିଲେ। ଅକତାଉ ବିମାନବନ୍ଦର ନିକଟରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି କ୍ରାସ୍‌ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସ ବୋଲି ଜଣାପଡିଛି। ଅନେକ ମୃତାହତ ନେଇ ଆଶଙ୍କା କରାଯାଉଛି।

୭୨ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା। ଜରୁରୀ ଅବତରଣ ମାଗିବାର କିଛି ସମୟ ପୂର୍ବରୁ ହିଁ କ୍ରାସ ହୋଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ। ଆଶଙ୍କା କରାଯାଉଛି ଅନେକ ମୃତାହତ ହୋଇଥାଇ ପାରନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେଉଁ କାରଣରୁ ବିମାନଟି କ୍ରାସ ହେଲା ତାହାର ମଧ୍ୟ ଯାଞ୍ଚ କରାଯାଉଛି।

Leave A Reply

Your email address will not be published.