ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର

0

ଭୁବନେଶ୍ବର: ଟୁଇନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି। ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ। ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଉତ୍ସାହ ଉଦ୍ଦୀପନା ସହ ଆସୁଛି ନୂଆବର୍ଷ। ଜିରୋ ନାଇଟ ସେଲିବ୍ରେସନ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ୨୦୨୪ କୁ ବିଦାୟ ସହ ୨୦୨୫ ମସିହାକୁ ସ୍ୱାଗତ ପାଇଁ ଉତ୍ସାହର ସହ ସଭିଏଁ ଅପେକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ।

ନିଶାଶକ୍ତଙ୍କ ବିରୋଧରେ ହେବ ଦୃଢ଼ ଆକ୍ସନ। ବ୍ୟାପକ ହେବ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଏଭିକ୍ସନ। କିଛି ହୋଟେଲ ଓ ଖାଲି ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ମିଳିଛି। ଅବକାରୀ ବିଭାଗ ସହ ଆଲୋଚନା ସରିଛି। ଏଣୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଟୁଇନ ସିଟି ପୋଲିସ ପୁରା ପ୍ରସ୍ତୁତ ଥିବା କହିଛନ୍ତି କମିଶନର।

ଲୋକଙ୍କୁ ଯଦି କୌଣସି ଅସୁବିଧା ହୁଏ ତେବେ ବନ୍ଧା ହେବେ ଉତ୍ପାତତ୍କାରୀ। ଜିରୋ ନାଇଟରେ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ। ସାରା ସହରକୁ ଜଗିବ ସିସିଟିଭି। ସବୁ ଥାନାଗୁଡ଼ିକ ଆଇଆଇସିଙ୍କୁ କମିଶନରଙ୍କର କଡା ନିର୍ଦ୍ଦେଶ ଦେଇଛନ୍ତି। ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ଫୋର୍ସ ମୁତ୍ୟୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ।

Leave A Reply

Your email address will not be published.