ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଗଠନ ହେଲା ଓଡ଼ିଶା ଲ’ କମିଶନ

0

ଜଷ୍ଟିସ ବିଶ୍ବନାଥ ରଥ ଅଧ୍ୟକ୍ଷ
ଭୁବନେଶ୍ବର: ଆଜି ଓଡ଼ିଶା ଲ’ କମିଶନ ଗଠିତ ହୋଇଛି। ଜଷ୍ଟିସ ବିଶ୍ବନାଥ ରଥ ହେଲେ ନୂଆ ଆଇନ କମିଶନ ଅଧ୍ୟକ୍ଷ । ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଓଡିଶା ଲ’ କମିଶନରେ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ୬ଜଣ ସଦସ୍ୟ ରହିଛନ୍ତି । ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଓଡ଼ିଶା ଲ’ କମିଶନର ଏକ୍ସ ଅଫିସିଓ ସଦସ୍ୟ ରହିଥିବାବେଳେ ଆଇନ ବିଭାଗ ପ୍ରମୁଖ ସଚିବ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟ ରହିବେ ବୋଲି ସୂଚନା ଦିଆଯାଇଛି। ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରକାଶ ମିଶ୍ର ଏବଂ ସୌରଚନ୍ଦ୍ର ମହାପାତ୍ର ଓଡ଼ିଶା ଲ’ କମିଶନ ସଦସ୍ୟ ହୋଇଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ।

Leave A Reply

Your email address will not be published.